ଲୋକସଭାରେ ମହିଳା ସାଂସଦ ତଥା ଅଧ୍ୟକ୍ଷ ରମା ଦେବୀଙ୍କ ବିପକ୍ଷରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ଆଜମ୍ ଖାନ୍ଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ସୁଷମା ସ୍ବରାଜ । ଆଜମ୍ ଖାନ୍ଙ୍କ ମାନସିକ ବିକୃତି ଘଟିଛି ଯାହା ଫଳରେ ଏପରି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଛନ୍ତି ବୋଲି ସ୍ବରାଜ କହିଛନ୍ତି । ଏହା ସହିତ ଆଜମ୍ ଖାନ୍ଙ୍କ ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସୁଷମା । ସୂଚନାଯୋଗ୍ୟ ଯେ, ଗୁରୁବାର ଲୋକସଭାର ପ୍ରଶ୍ନୋତ୍ତର କାର୍ଯ୍ୟକାଳ ସମୟରେ ବିହାର ସାଂସଦ ରମା ଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିଲେ ଆଜମ୍ ଖାନ୍ । ଆଜମ୍ଙ୍କ ମନ୍ତବ୍ୟ ପରେ ଶୁକ୍ରବାର ମହିଳା ସାଂସଦ ମାନେ ଆଜମ୍ଙ୍କ କ୍ଷମା ପ୍ରାର୍ଥନା ଏବଂ ନିଲମ୍ବନ ଦାବି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ସ୍ମୃତି ଇରାନୀ ଏବଂ ନିର୍ମଳା ସୀତାରମଣ ଆଜମ୍ଙ୍କ କ୍ଷମା ପ୍ରାର୍ଥନା ଦାବି କରିବା ସହିତ ସଂସଦରୁ ନିଲମ୍ବନ ଦାବି କରିଛନ୍ତି । ସଂସଦରେ ଏଭଳି ମନ୍ତବ୍ୟ ଏକ ଅକ୍ଷମଣୀୟ ଅପରାଧ ଏବଂ ଏହା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ନିର୍ମଳା ସୀତାରମଣ କହିଥିଲେ ।
ଆଜମ୍ ଖାନ୍ ମାନସିକ ବିକୃତିରୁ ମହିଳାଙ୍କ ବିପକ୍ଷରେ ମନ୍ତବ୍ୟ ଦେଇଛନ୍ତି : ସୁଷମା ସ୍ବରାଜ
Published:
Jul 27, 2019, 10:29 am IST
Tags: