ଡିଏଭି ପୋଖରୀପୁଟରେ କାର୍ଗିଲ୍‌ ବିଜୟ ଦିବସ ପାଳିତ

Published: Jul 27, 2019, 10:59 am IST

ପୋଖରୀପୁଟ ସ୍ଥିତ ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ବିଜୟ ଦିବସ ପାଳିତ ହୋଇଯାଇଛି। ୧୯୯୯ କାର୍ଗିଲ୍‌ ଯୁଦ୍ଧର ବୀର ଯବାନ ମାନଙ୍କ ତ୍ୟାଗ ଓ ବଳିଦାନର ସ୍ମୃତିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଜ୍ଜିବୀତ କରାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଏନ୍‌ସିସି, ସ୍କାଉଟ୍‌ ଏବଂ ଗାଇଡ୍‌ ପକ୍ଷରୁ ଅମର ଯବାନଙ୍କୁ ଗାର୍ଡ୍‌ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ନୀରିକ୍ଷକ ଶିତିକଣ୍ଠ ପତି ବିଦ୍ୟାର୍ଥୀ ମାନେ ସ୍ବାର୍ଥତ୍ୟାଗ ପୂର୍ବକ ଜାତି ପ୍ରୀତିଭାବ ସଞ୍ଚାର ନିମନ୍ତେ ଆହ୍ବାନ ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦୁଇ ମିନିଟ୍‌ ଧରି ନୀରବ ପ୍ରାର୍ଥନା କରାଯାଇଥିଲା। ଏନ୍‌ସିସିର ବିଭାଗୀୟ ଅଫିସର ପି ଏସ୍‌ ରାଓଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏହାପରେ ଏନ୍‌ସିସିର ସଙ୍ଗୀତ ହମ୍‌ ସବ୍‌ ଭାରତୀୟ ହୈ ଗାନ କରାଯାଇଥିଲା। ଅଷ୍ଟମ ଶ୍ରେଣୀର ଛାତ୍ର ଦୀପାନ୍ବିତା ମିଶ୍ର ବିଜୟ ଦିବସର ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ନବମ ଶ୍ରେଣୀ ଛାତ୍ରୀ ସୁଦ୍ଧୃତି ପ୍ରଧାନ ଦେଶାତ୍ମବୋଧ ସଙ୍ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଞ୍ଜନ କୁମାର ସ୍ବାଇଁ, ସ୍ମରଣିକା ପଟ୍ଟନାୟକ, ପି ଅନୁରାଧା, ସଂଘମିତ୍ରା ଶତପଥୀ ଏବଂ ଏନ୍‌ସିସି ବିଭାଗର ସ୍ମୃତି ନାୟକ, ସସ୍ମିତା ରାଉତ, ବିଶ୍ବମୋହନ ମହାନ୍ତିଙ୍କ ସମେତ ଗାଇଡ୍‌ ବିଭାଗର ନୀନା ତ୍ରୀପାଠୀ, ସଞ୍ଜୟ ସାହୁ ଓ ରେଡକ୍ରସ୍‌ ବିଭାଗର ମନୋଜ ନାହାକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

Related posts