Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଥ୍ରୀ ଏନଏମ୍‌ ଚିପ୍ ଡିଜାଇନ୍ ଏବଂ ପ୍ରତିଭା ବିକାଶ ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଭାରତର ସେମିକଣ୍ଡକ୍ଟର ଅଭିଯାନ
ଆଜିର ଖବର

ଥ୍ରୀ ଏନଏମ୍‌ ଚିପ୍ ଡିଜାଇନ୍ ଏବଂ ପ୍ରତିଭା ବିକାଶ ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଭାରତର ସେମିକଣ୍ଡକ୍ଟର ଅଭିଯାନ

July 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ମନ୍ତ୍ରୀ
ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ବିଶ୍ୱର ପ୍ରାୟ ୨୦% ଚିପ୍ ଡିଜାଇନ୍ ଇଞ୍ଜିନିୟର ଅଛନ୍ତି। ଏହି ଦୃଢ଼ ପ୍ରତିଭା ଆଧାରକୁ ନେଇ ସରକାର ଭାରତରେ ଏକ ସ୍ୱୟଂସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକାଶ ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ଲୋକସଭାରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକ ଭାରତରେ ଚିପ୍ ଡିଜାଇନ୍ ଏବଂ ଗବେଷଣା କେନ୍ଦ୍ର ସ୍ଥାପନ କରିଛନ୍ତି। ଭାରତରେ ଡିଜାଇନ୍ ହୋଇଥିବା ଏକ ଥ୍ରୀ ଏନଏମ ସେମିକଣ୍ଡକ୍ଟର ଚିପ୍ ନିକଟରେ ଉନ୍ମୋଚିତ ହୋଇଥିଲା। ଏହା ଭାରତୀୟ ଇଞ୍ଜିନିୟରମାନଙ୍କର ବୈଷୟିକ କ୍ଷମତା ଏବଂ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପରେ ଭାରତୀୟ ଡିଜାଇନ୍ କେନ୍ଦ୍ରଗୁଡ଼ିକର ଗୁରୁତ୍ୱକୁ ପ୍ରଦର୍ଶନ କରେ।

ସେ ଆହୁରି କହିଛନ୍ତି, ସେମିକଣ୍ଡକ୍ଟର ଚିପ୍ ଡିଜାଇନରେ ପ୍ରତିଭା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭିଏଲଏସଆଇ ଡିଜାଇନ୍ ଏବଂ ପ୍ରଯୁକ୍ତିବିଦ୍ୟା, ସମନ୍ୱିତ ସର୍କିଟ୍ (ଆଇସି) ଉତ୍ପାଦନ ପାଇଁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ନୂତନ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ସେମିକଣ୍ଡକ୍ଟର ଡିଜାଇନ୍ କ୍ଷେତ୍ରରେ ୮୫ ହଜାର କୁଶଳୀ ମାନବ ସମ୍ବଳ ବିକଶିତ କରିବା ଏବଂ ସେମିକଣ୍ଡକ୍ଟର ଚିପ୍ସ ଡିଜାଇନ୍ କରିବା ପାଇଁ ଇଡିଏ ଉପକରଣ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନସୁଦ୍ଧା ୧୦୦ଟି ପ୍ରତିଷ୍ଠାନରୁ ୪୫ ହଜାରରୁ ଅଧିକ ଛାତ୍ର ପଞ୍ଜୀକୃତ ହୋଇଛନ୍ତି।

ଏହାବ୍ୟତୀତ ଏନଆଇଇଏଲଟି କାଲିକଟରେ ଦକ୍ଷ ମାନବ ସମ୍ବଳ ଉନ୍ନତ ଗବେଷଣା ଓ ତାଲିମ (ସ୍ମାର୍ଟ) ଲ୍ୟାବ ଦେଶବ୍ୟାପୀ ୧ ଲକ୍ଷ ଇଞ୍ଜିନିୟରଙ୍କୁ ତାଲିମ ଦେଉଛି। ବର୍ତ୍ତମାନ ସୁଦ୍ଧା ୪୪ ହଜାରରୁ ଅଧିକ ଇଞ୍ଜିନିୟର ତାଲିମ ନେଇସାରିଛନ୍ତି। ବିଭିନ୍ନ ଶିଳ୍ପ ସଂସ୍ଥା ଏବଂ ଲାମ୍ ରିସର୍ଚ୍ଚ, ଆଇବିଏମ ଓ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟ ଭଳି ବିଶ୍ୱବିଦ୍ୟାଳୟ ସହିତ ସହଭାଗିତା ସ୍ଥାପନ କରାଯାଇଛି। ଦେଶର ବୃହତ ପ୍ରତିଭା ଭଣ୍ଡାରକୁ ଲାଭ ଦେଇ, ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଡିଜାଇନ୍ କମ୍ପାନୀଗୁଡ଼ିକ ଏବେ ଅତ୍ୟାଧୁନିକ ଚିପ୍ସ ଡିଜାଇନ୍ କରିବା ପାଇଁ ଭାରତରେ ସେମାନଙ୍କର କାର୍ଯ୍ୟବଳକୁ ଦ୍ରୁତ ଗତିରେ ବିସ୍ତାର କରୁଛନ୍ତି।

ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନ୍ୟ କେତେକ ପଦକ୍ଷେପ ନେଇଛନ୍ତି। ଭାରତରେ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମକୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ମୋଟ ୭୬ ହଜାର କୋଟି ଟଙ୍କା ବ୍ୟୟବରାଦ ସହିତ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ମଞ୍ଜୁରୀ ମିଳିଛି। ଛଅଟି ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ୨୨ ଡିଜାଇନ୍-ଆଧାରିତ ପ୍ରୋତ୍ସାହନ (ଡିଏଲଆଇ) ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ୭୨ଟି କମ୍ପାନୀକୁ ଚିପ୍ ଡିଜାଇନ୍ ଭିତ୍ତିଭୂମି ଯଥା ଇଡିଏ ଉପକରଣ ଏବଂ ସିନପ୍ସିସ୍, କ୍ୟାଡେନ୍ସ, ସିମେନ୍ସ ଇତ୍ୟାଦିରୁ ଏଫପିଜିଏ (ଫିଲ୍ଡ ପ୍ରୋଗ୍ରାମେବଲ୍ ଗେଟ୍ ଆରେ) ବୋର୍ଡ ପ୍ରଦାନ କରାଯାଇଛି। ପୋଷ୍ଟ ସିଲିକନ୍ ବୈଧତା ଏବଂ ପରୀକ୍ଷଣ ଓ ପ୍ୟାକେଜିଂ ସହାୟତା ପାଇଁ ମଧ୍ୟ ସୁବିଧା ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି।

ଜିତିନ୍ ପ୍ରସାଦ
Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.