ବାଲୁଗାଁ: ନାଭାଲ ଅଫିସର ଇନଚାର୍ଜ (ଓଡିଶା) ତଥା ଆଇଏନଏସ ଚିଲିକା କମାଣ୍ଡିଙ୍ଗ ଅଫିସର କମୋଡର ବି ଦୀପକ ଅନୀଲଙ୍କ ତତ୍ୱବାଧାନରେ ଆଇଏନଏସ ଚିଲିକା ଠାରେ କାରଗିଲ ବିଜୟ ଦିବସ ଶନିବାର ଦିନ ପାଳିତ ହୋଇଯାଇଛି।ଅଦମ୍ୟ ସାହସ ଓ ବୀରତ୍ୱ ବଳରେ ୧୯୯୯ ମସିହାରେ କାରଗିଲରେ ତ୍ରିରଙ୍ଗାର ଶୌର୍ଯ୍ୟ ଓ ମର୍ଯ୍ୟାଦା ସୁରକ୍ଷିତ କରିଥିବା ବୀର ସୈନିକମାନଙ୍କ ଉଦ୍ବେଶରେ ଆଜି ଏହି ବିଜୟ ଦିବସ ପାଳିତ ହୋଇଥିଲା।
ଏହି ଅବସରରେ ଯୁଦ୍ଧ ସ୍ମାରକୀ ସ୍ଥଳରେ ନାଭାଲ ଅଫିସର ଇନଚାର୍ଜ (ଓଡିଶା) ତଥା ଆଇଏନଏସ ଚିଲିକା କମାଣ୍ଡିଙ୍ଗ ଅଫିସର କମୋଡର ବି ଦୀପକ ଅନୀଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ରୂପେ ପୁଷ୍ପ ପ୍ରଦାନ କରିଥିଲେ।
ଏଥିସହିତ ଆଗାମୀ ପିଢ଼ି ଏଭଳି ବୀର ସୈନିକମାନଙ୍କ ସାହାସିକତା, ଧୈର୍ଯ୍ୟ ପ୍ରତି ଅନୁପ୍ରାଣୀତ ହୋଇ ଦେଶ ପାଇଁ ଗର୍ବିତ ହେବାକୁ ପ୍ରେରଣା ଦେଇଥିଲେ।