Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ “ଉତ୍କଳ ରତ୍ନ ପୁରସ୍କାର”ରେ ସମ୍ମାନିତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି
ଆଜିର ଖବର

ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ “ଉତ୍କଳ ରତ୍ନ ପୁରସ୍କାର”ରେ ସମ୍ମାନିତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି

July 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର: ଆଧୁନିକ ସମୟରେ ଆଂଚଳିକ ସାହିତ୍ୟର ଉନ୍ନତି ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଚଳିତ ଜୁଲାଇ ୨୬ ତାରିଖ ଦିନ କଟକ ଠାରେ ଉତ୍କଳ ସାହିତ୍ୟ ସମାଜର ୧୨୩ତମ ବାର୍ଷିକ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏକବିଂଶ ଶତାଦ୍ଦୀରେ ଆମର ଆଂଚଳିକ ଭାଷା ଏବଂ ସାହିତ୍ୟ କେବଳ ଅଭିଲେଖାଗାର କିମ୍ବା ସ୍ମୃତିରେ ସୀମିତ ହେବା ଉଚିତ ନୁହେଁ। ଏହା ଏକ ଜୀବନ୍ତ ଓ ବିକଶିତ ଶକ୍ତି ହେବା ଉଚିତ, ଯାହା ସମୟ ସହିତ ପ୍ରେରଣା ଯୋଗାଇବ ଓ ଜଡିତ ରହିବ।
ଉତ୍କଳ ସାହିତ୍ୟ ସମାଜର ଐତିହାସିକ ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରି କହିଥିଲେ ଯେ, ଏହା ଓଡ଼ିଆ ଭାଷା ଏବଂ ସାହିତ୍ୟର ଏକ ଦୃଢ଼ ରକ୍ଷକ ହୋଇ ରହିଛି। ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏହା ସାହିତ୍ୟିକ ନବଜାଗରଣର ଏକ ଆଲୋକବର୍ତିକା ଭାବରେ ଛିଡ଼ା ହୋଇଛି। ଉତ୍କଳ ସାହିତ୍ୟ ସମାଜ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏବଂ ହରିହର ମର୍ଦ୍ଦରାଜ ଦେଓଙ୍କ ଭଳି ମହାନ ବ୍ୟକ୍ତିଙ୍କ ପୃଷ୍ଠପୋଷକତା ସହିତ ମଧୁସୂଦନ ରାଓ, ବିଶ୍ୱନାଥ କର, ଫକୀର ମୋହନ ସେନାପତି, ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଭଳି ମହାନ ସାହିତ୍ୟିକଙ୍କ ଅବଦାନକୁ ରାଜ୍ୟପାଳ ସ୍ମରଣ କରିଥିଲେ।
ଭାଷାଗତ ଆଧାରରେ ଓଡ଼ିଶା ରାଜ୍ୟ ଗଠନ ଆନ୍ଦୋଳନରେ ଉତ୍କଳ ସାହିତ୍ୟ ସମାଜର ଭୂମିକା ଉପରେ ଆଲୋକପାତ କରି ଓଡ଼ିଆ ପରିଚୟକୁ ସୁରକ୍ଷା ଏବଂ ପ୍ରୋତ୍ସାହିତ କରିବା ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତା ଆମର ସାଂସ୍କୃତିକ ଗୌରବର ମୂଳଦୁଆ ସ୍ଥାପନ କରିଥିଲା ବୋଲି ରାଜ୍ୟପାଳ କହିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଆକର୍ଷଣ ଭାବେ ସମ୍ମାନନୀୟ ରାଷ୍ଟ୍ରନେତା, ପ୍ରତିଷ୍ଠିତ ଜନ ସେବକ, ଓଡିଆ ସଂସ୍କୃତି ଓ ସାହିତ୍ୟର ମହାନ ପ୍ରବକ୍ତା ତଥା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ମାନ୍ୟତା “ଉତ୍କଳ ରତ୍ନ ପୁରସ୍କାର”ରେ ସମ୍ମାନିତ କରି ରାଜ୍ୟପାଳ କହିଥିଲେ ଯେ, ଶ୍ରୀଯୁକ୍ତ ହରିଚନ୍ଦନ ମାଟିର ଗର୍ବିତ ପୁଅ। ଜଣେ ରାଜନେତା ଏବଂ ସାହିତ୍ୟିକ ଭାବେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। ଏହି ଅବସରରେ ରାଜ୍ୟପାଳ ଡ. କମ୍ଭମ୍‌ପାଟି ଶ୍ରୀଯୁକ୍ତ ହରିଚନ୍ଦନଙ୍କ ସହ ତାଙ୍କର ଘନିଷ୍ଟ ସଂପର୍କ ବିଷୟରେ ଅବତାରଣା କରିଥିଲେ।
ଏହି ଅବସରରେ ରାଜ୍ୟପାଳ ଜାତୀୟ ଶିକ୍ଷାନୀତି-୨୦୨୦ରେ ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱାରୋପ ସଂପର୍କରେ ଆଲୋକପାତ କରିଥିଲେ ଏବଂ ଡିଜିଟାଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ସାହିତ୍ୟ ଗବେଷଣା, ଅନୁବାଦ ଏବଂ ଯୁବ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିଥିଲେ। ଏତଦ୍‌ବ୍ୟତୀତ ଆୟୋଜକ, ଲେଖକ, ପୁରସ୍କାର ବିଜେତା ଏବଂ ଅନୁଷ୍ଠାନର ସଦସ୍ୟମାନଙ୍କୁ ଓଡ଼ିଆ ସାହିତ୍ୟର ଅଭିବୃୃଦ୍ଧି ପାଇଁ ସେମାନଙ୍କର ନିରନ୍ତର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ।
“ଉତ୍କଳ ରତ୍ନ” ସମ୍ମାନରେ ସମ୍ମାନିତ ବିଶିଷ୍ଟ ରାଷ୍ଟ୍ର ନେତା ତଥା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ
ବିଶ୍ୱ ଭୂଷଣ ହରିଚନ୍ଦନ “ଉତ୍କଳ ସାହିତ୍ୟ ସମାଜ”କୁ ସାଧୁବାଦ ଜଣାଇବା ସହ ଅନୁଷ୍ଠାନର କ୍ରିୟାଶୀଳ ଭୂମିକାକୁ ପ୍ରଶଂସା କରିଥିଲେ। ନିଜ ବକ୍ତବ୍ୟରେ ସାହିତ୍ୟିକମାନେ ସର୍ବଦା ଜନ ଜାଗରଣ ଆଣିବାରେ ପ୍ରମୁଖ ଭୂମିକା ନିଭାଇଥାନ୍ତି ବୋଲି ଅବତାରଣା କରିଥିଲେ। ଏତଦ୍‌ବ୍ୟତୀତ କଲମ ବଲମ ଠାରୁ ଶକ୍ତିଶାଳୀ ବୋଲି କହିବା ସହିତ ସାହିତ୍ୟିକମାନେ ମା, ମାଟି ଓ ମଣିଷର ସମ୍ମାନ ପାଇଁ ତଥା ସ୍ୱାଭିମାନ ରକ୍ଷା ପାଇଁ ଏବଂ ସମାଜରେ ଅସଙ୍ଗତି ଦେଖିଲେ କଲମ ଚାଳନା କରିବାକୁ ଶ୍ରୀଯୁକ୍ତ ହରିଚନ୍ଦନ ଆୱାନ ଜଣାଇଥିଲେ।
ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚାନ୍ଦ ସଭା ପରିଚାଳନା କରିଥିବା ବେଳେ ଉତ୍କଳ ସାହିତ୍ୟ ସମାଜର ଉପଦେଷ୍ଟା ପ୍ରଫେସର ବିଜୟାନନ୍ଦ ସିଂହ, ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଉପସଭାପତି ଜୀବନାନନ୍ଦ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଡ. ହରି ବାବୁ କମ୍ଭମ୍‌ପାଟି
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୋଟୀର ପ୍ରୟାସ

February 18, 2026
Latest News

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୋଟୀର ପ୍ରୟାସ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.