ନୂଆଦିଲ୍ଲୀ: ଦେଶରେ କ୍ରମଶଃ ଲୋକପ୍ରିୟ ହେଉଥିବା UPI କାରବାର ସରକାରଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ପ୍ରୋତ୍ସାହିତ କରିବାରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେଉଛି। ସମ୍ପ୍ରତି UPI ଉପରେ GST ଲାଗୁ ହେବାର ରିପୋର୍ଟ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ରାଜ୍ୟସଭାରେ ସ୍ପଷ୍ଟ କରିଛି ଯେ, ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ GST ଲାଗୁ କରିବା ବିଷୟରେ କୌଣସି ବିଚାର କରାଯାଇନାହିଁ। ୨୨ ଜୁଲାଇରେ ମୌସୁମୀ ଅଧିବେଶନ ସମୟରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଥିଲେ ଯେ, ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ GST ଲାଗୁ କରିବା ପାଇଁ କୌଣସି ସୁପାରିଶ କରାଯାଇନାହିଁ।