ଆଜି ଜିଏସଟି କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରାଯାଇଛି । ଏହି ବୈଠକରେ ବ୍ୟାଟେରୀ ଚାଳିତ କାର ଏବଂ ସ୍କୁଟରରେ ଜିଏସଟି ହ୍ରାସ କରିବା ପାଇଁ ନିଷ୍ପତି ନିଆଯାଇଛି । ବିଦ୍ୟୁତ୍ ଚାଳିତ ଯାନବାହନ ଉପରେ ଜିଏସଟି 12 ପ୍ରତିଶତ ରହିଥିବା ବେଳେ ଏହାକୁ 5 ପ୍ରତିଶତକୁ ହ୍ରାସ କରାଯାଇଛି । ଏହି ଦର ଆସନ୍ତା ଅଗଷ୍ଟ 1 ତାରିଖରୁ ଲାଗୁ ହେବ । ଗତ ଜିଏସଟି କାଉନସିଲିଂରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଚାର୍ଜର ଉପରେ ଲାଗୁଥିବା 18 ପ୍ରତିଶତ ଜିଏସଟିକୁ 12 ପ୍ରତିଶତକୁ ହ୍ରାସ କରାଯାଇଛି । ଏହା ବ୍ୟତୀତ 12ରୁ ଅଧିକ ଯାତ୍ରୀବାହୀ କ୍ଷମତା ବିଶିଷ୍ଟ ଇଲେକ୍ଟ୍ରିକ ବସ କିଣିବାପାଇଁ କୌଣସି ଜିଏସ୍ଟି ଶୁଳ୍କ ଲାଗୁ କରାଯିବ ନାହିଁ ବୋଲି ଜଣା ପଡିଛି ।