ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣର ଅନୁମତି ମିଳିଛି । ଆମେରିକାର ସୁପ୍ରିମ୍କୋର୍ଟ ପକ୍ଷରୁ ଟ୍ରମ୍ପ ସରକାରଙ୍କୁ ପ୍ରାଚୀର ନିର୍ମାଣର ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ଫେଡେରାଲ କୋର୍ଟ ପ୍ରାଚୀର ନିର୍ମାଣ ଉପରେ ରୋକ୍ ଲଗାଇଥିଲେ । ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଟ୍ରମ୍ପ ଟ୍ବିଟ୍ କରି ନିଷ୍ପତ୍ତିରେ ଖୁସି ଜାହିର କରିବା ସହିତ ଖୁବ୍ ଶୀଘ୍ର ପ୍ରାଚୀର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ମେକ୍ସିକୋ ସୀମାରେ ଅନୁପ୍ରବେଶ ରୋକିବା ନିମନ୍ତେ ଟ୍ରମ୍ପ ପ୍ରାଚୀର ନିର୍ମାଣର ନିଷ୍ପତ୍ତି ନେଇଥିଲେ । ମାତ୍ର ପ୍ରତିରକ୍ଷା ବଜେଟ୍କୁ ଟ୍ରମ୍ପ ପ୍ରାଚୀର ନିର୍ମାଣରେ ବ୍ୟବହାର କରିବାର ନିଷ୍ପତ୍ତି ନେଇଥିବାରୁ ଏହାକୁ ବିରୋଧ କରି ଏହା ବିପକ୍ଷରେ ଫେଡେରାଲ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଥିଲେ ।