କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ହଟଚମଟ ଥମିବାର ନାମ ନେଉ ନାହିଁ । ଗତକାଲି ବିଜେପି ନେତା ବିଏସ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମଧ୍ୟ ରାଜ୍ୟରେ ରାଜନୈତିକ ଡ୍ରାମା ଜାରି ରହିଛି । କଂଗ୍ରେସ ଏବଂ ଜେଡିଏସ ନେତା କୁମାରସ୍ୱାମୀ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଉପରେ ଦୋଷାରୋପ କରୁଥିଲେ ମଧ୍ୟ ଜେଡିଏସ ବିଧାୟକ କୁମାରସ୍ୱାମୀଙ୍କୁ ବିଜେପିକୁ ସମର୍ଥନ କରିବା ନେଇ ଘୋଷଣା କରିଛନ୍ତି । ଜେଡିଏସ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ଜିଟି ଦେବଗୌଡା ବିଜେପିକୁ ବାହ୍ୟ ସମର୍ଥନ ସମ୍ପର୍କରେ ଘୋଷଣା କରିଛନ୍ତି । ଏ ସମ୍ପର୍କରେ କୁମାରସ୍ବାମୀ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜିଟି ଦେବଗୌଡା ପ୍ରକାଶ କରିଛନ୍ତି । ଜେଡିଏସ୍ର ସମସ୍ତ ସଦସ୍ୟଙ୍କ ସହିତ ଆଲୋଚନା ପରେ ସମସ୍ତଙ୍କୁ ସମ୍ମାନ ଦେଇ ନିର୍ଣ୍ଣୟ ନିଆଯିବ ବୋଲି କୁମାରସ୍ୱାମୀ କହିଛନ୍ତି ।