Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିମ୍ପଲ ଯାଦବଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ, ମୌଲାନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ସମାଜବାଦୀ ପାର୍ଟି
ଆଜିର ଖବର

ଡିମ୍ପଲ ଯାଦବଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ, ମୌଲାନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ସମାଜବାଦୀ ପାର୍ଟି

July 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏକ ଜାତୀୟ ଟିଭି ଚ୍ୟାନେଲର ବିତର୍କ ସମୟରେ ସମାଜବାଦୀ ପାର୍ଟିର କନୌଜ ସାଂସଦ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଉପରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜନୈତିକ ବାତାବରଣ ଗରମ ହୋଇଛି। ଏହି ମନ୍ତବ୍ୟକୁ ନେଇ ସମାଜବାଦୀ ପାର୍ଟି କର୍ମୀମାନେ ଉତକ୍ଷିପ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ସୋମବାର ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଏବଂ ଆଡଭୋକେଟ୍ ଶ୍ୟାମ ସିଂହ ଭାଟି ବାର ଆସୋସିଏସନ୍ ସୁରଜପୁର ସଭାପତି ପ୍ରମୋଦ ସିଂହ ଭାଟିଙ୍କ ସହ ସୁରଜପୁର ଥାନାରେ ପହଞ୍ଚି ମୌଲାନା ସାଜିଦ ରସିଦିଙ୍କ ବିରୋଧରେ ଆଇନଗତ ଧାରା ଅନୁଯାୟୀ ଏଫଆଇଆର ପଞ୍ଜିକରଣ କରିବାକୁ ଦାବି କରି ଅଭିଯୋଗ ଦାଖଲ କରିଥିଲେ। ଆଡଭୋକେଟ୍ ଶ୍ୟାମ ସିଂହ ଭାଟି ସ୍ପଷ୍ଟ ଭାବରେ କହିଥିଲେ ଯେ, ଟିଭି ଚ୍ୟାନେଲର ଲାଇଭ୍ ବିତର୍କରେ ମୌଲାନା ସାଜିଦ ରସିଦି ଡିମ୍ପଲ ଯାଦବଙ୍କ ଉପରେ ଯେଉଁ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ତାହା କେବଳ ଜଣେ ମହିଳା ସାଂସଦଙ୍କ ଅପମାନ ନୁହେଁ ବରଂ ସମଗ୍ର ମହିଳା ସମାଜର ଅପମାନ।

ପୋଲିସ କ’ଣ କହିଲା?:

ଶ୍ୟାମ ସିଂହ ଭାଟି କହିଛନ୍ତି ଯେ, ଏହା ଏକବିଂଶ ଶତାବ୍ଦୀ ଏବଂ ଏହି ଯୁଗରେ ମହିଳାମାନଙ୍କ ପ୍ରତି ଏହି ପ୍ରକାରର ଚିନ୍ତାଧାରା ସମାଜ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ନିନ୍ଦନୀୟ। ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି ଯେ, ଅଭିଯୁକ୍ତ ମୌଲାନାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, ଯାହା ଦ୍ଵାରା ଦେଶବ୍ୟାପୀ ମହିଳାମାନଙ୍କର ସମ୍ମାନ ସୁରକ୍ଷିତ ହୋଇପାରିବ ଏବଂ ଏହି ପ୍ରକାରର ମାନସିକତା ଉପରେ ଏକ ଦୃଢ଼ ବାର୍ତ୍ତା ଦିଆଯାଇପାରିବ।

ଏହି ଅବସରରେ ସମାଜବାଦୀ ପାର୍ଟିର ଅନେକ ପ୍ରମୁଖ ନେତା ଏବଂ କର୍ମୀ ମଧ୍ୟ ଉପସ୍ଥିତ ଥିଲେ, ଯେଉଁଥିରେ ଜଗତପାଲ ଭାଟି, ମହେନ୍ଦ୍ର ଯାଦବ, ପବନ ଭାଟି, ନୀରଜ ଭାଟି, ସୁଶୀଲ ଯାଦବ, ଧରମବୀର ଯାଦବ, ପ୍ରଶାନ୍ତ ଭାଟି, କେ.କେ. ଭାଟି, ସୁରେଶ ଯାଦବ ଏବଂ ହେମନ୍ତ ପ୍ରଭୃତି ସାମିଲ ଥିଲେ। ସମସ୍ତେ ଏକ ସ୍ୱରରେ କହିଥିଲେ ଯେ, ଯଦି ପ୍ରଶାସନ ଦ୍ୱାରା ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।

ସମାଜବାଦୀ ପାର୍ଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ମହିଳାମାନଙ୍କ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରସଙ୍ଗରେ ଦଳ କୌଣସି ପ୍ରକାରର ସାଲିସ କରିବ ନାହିଁ। ବର୍ତ୍ତମାନ, ପୋଲିସ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉଛି ଏବଂ ଖୁବ୍ ଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।

DIMPLE YADAV samajwadi party UP news up politics
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରାହ୍ମଣ ବିଧାୟକଙ୍କ ବୈଠକକୁ ନେଇ ବିଜେପି କ୍ଷୁବ୍ଧ: ନକାରାତ୍ମକ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ

December 26, 2025

ପୁଣି ଥରେ କଂଗ୍ରେସ ଦଳକୁ କଡା ଟାର୍ଗେଟ: “ନକଲି ଗାନ୍ଧୀ” କହି ଆକ୍ରମଣ କଲେ କୁମାର ବିଶ୍ୱାସ

December 26, 2025

କାନାଡାରେ ଆଉ ଜଣେ ଭାରତୀୟକୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର

December 26, 2025

ଆଜି ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

December 26, 2025
Latest News

ବ୍ରାହ୍ମଣ ବିଧାୟକଙ୍କ ବୈଠକକୁ ନେଇ ବିଜେପି କ୍ଷୁବ୍ଧ: ନକାରାତ୍ମକ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ

December 26, 2025

ପୁଣି ଥରେ କଂଗ୍ରେସ ଦଳକୁ କଡା ଟାର୍ଗେଟ: “ନକଲି ଗାନ୍ଧୀ” କହି ଆକ୍ରମଣ କଲେ କୁମାର ବିଶ୍ୱାସ

December 26, 2025

ଡାକ୍ତରମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ବିଫଳ!: ଆଜିଠୁ ଏକ ଘଣ୍ଟା ବନ୍ଦ ରହିବ ବହିର୍ବିଭାଗ

December 26, 2025

କାନାଡାରେ ଆଉ ଜଣେ ଭାରତୀୟକୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର

December 26, 2025

ଦିନେ ନାହିଁ, କାଳେ ନାହିଁ …..

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.