ଭୁବନେଶ୍ବର: ପୂର୍ତ୍ତ ବିଭାଗ,ଡିଭିଜନ-୩, ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ଶ୍ରୀ ରାଜ କିଶୋର ଜେନାଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଖାନତଲାସିରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୫୦୦ ବର୍ଗଫୁଟର ବହୁତଳ କୋଠା,କସମୋପଲିସରେ ୨ଟି ଫ୍ଲାଟ, ଭୁବନେଶ୍ୱର ଗାଲେରିଆ ଓ ସିମ୍ଫୋନି ମଲ୍ ରେ ୨ଟି ଦୋକାନ,୧୩ ଟି ପ୍ଲଟ ରହିଛି। ଏହି ପ୍ଲଟ ମଧ୍ୟରେ କେବଳ ୯ ଟି ଭୁବନେଶ୍ୱରରେ ଅଚି। ଏଥିସହିତ ଜମା ୫୦ ଲକ୍ଷ ଟଙ୍କା ଆଦି ମିଳିଛି।
ଆଜି ସକାଳୁ ପୁର୍ତ୍ତ ବିଭାଗର ଆର ଆଣ୍ଡ ବି ଡିଭିଜନ-୩ ର ସହକାରୀରାଜ କିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ତାଙ୍କର ଆୟ ବହିଃର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ୧୦ ଟି ସ୍ଥାନରେ ଚଢାଉ କରାଯାଇଥିଲେ। ଏହି ଚଢାଉରେ ୭ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ଜଣେ ଏସଆଇ, ୧୧ ଜଣ ଏଏସଆଇ ଏବଂ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।