Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କମୁନି ପିଲାଙ୍କ ବସ୍ତାନି ବୋଝ, ପୁଣି ଜାରି ହେଲା ନିର୍ଦ୍ଦେଶନାମା: ସ୍କୁଲରେ ଯାଞ୍ଚ କଡ଼ାକଡ଼ି କଲେ ବାଣପୁର ବିଇଓ
ଆଜିର ଖବର

କମୁନି ପିଲାଙ୍କ ବସ୍ତାନି ବୋଝ, ପୁଣି ଜାରି ହେଲା ନିର୍ଦ୍ଦେଶନାମା: ସ୍କୁଲରେ ଯାଞ୍ଚ କଡ଼ାକଡ଼ି କଲେ ବାଣପୁର ବିଇଓ

July 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍ ବସ୍ତାନି ବୋଝ ଦିନକୁ ଦିନ ବଢ଼ିଚାଲିଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ପୂର୍ବରୁ ଏନେଇ କଟକଣା ଥିଲେ ମଧ୍ୟ ଅନେକ ସ୍କୁଲ୍ ଏହାକୁ ମାନୁନଥିବା ନେଇ ଅଭିଯୋଗ ଆସିବା ପରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପୁଣି ଥରେ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଛାତ୍ରଛାତ୍ରୀମାନେ ସେମାନଙ୍କ ଓଜନର ୧୦ ପ୍ରତିଶତରୁ କମ୍ ଓଜନର ସ୍କୁଲ୍ ବ୍ୟାଗ ନେବେ ବୋଲି ନିର୍ଦ୍ଦେଶ ନାମାରେ ସ୍ପଷ୍ଟ କରାଯାଇଛି। ଉଦାହରଣ ସ୍ୱରୂପ ୩୦ କିଲୋ ଓଜନର ଛାତ୍ରଛାତ୍ରୀମାନେ ୩କିଲୋରୁ କମ୍ ଓଜନର ସ୍କୁଲ୍ ବ୍ୟାଗ ନେବେ। ବିଇଓ ମାନେ ସେମାନଙ୍କ ବ୍ଲକ୍‌ର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଏ ନିର୍ଦ୍ଦେଶନାମା ସଂକ୍ରାନ୍ତରେ ସୂଚନା ଜାରି କରିବାକୁ କୁହାଯାଇଛି। ଜୁଲାଇ ୩୦ ତାରିଖ ସୁଦ୍ଧା ପଦକ୍ଷେପ ସଂକ୍ରାନ୍ତରେ ରିପୋର୍ଟ ପ୍ରକଳ୍ପ ସଂଯୋଜକଙ୍କ ଅଫିସ୍‌କୁ ଜଣାଇବାକୁ ନିର୍ଦ୍ଦେଶ ନାମାରେ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ବିଇଓମାନେ ଆଜି ଏନେଇ ପ୍ରତ୍ୟେକ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍କୁଲ୍ ବ୍ୟାଗ୍ ଓଜନ କମାଇବାକୁ ଶ୍ରେଣୀ ଶିକ୍ଷକମାନେ ଛାତ୍ର ଛାତ୍ରୀମାନେ କେଉଁ ବହି ଓ ଖାତା ଆଣିବେ ତାର ସୂଚନା ପୂର୍ବ ଦିନ ସଂଧ୍ୟାରୁ ପ୍ରଦାନ କରିବେ। ପ୍ରତ୍ୟେକ ସ୍କୁଲ୍ କର୍ତ୍ତୃପକ୍ଷ ପ୍ରବେଶ ଫାଟକ ନିକଟରେ ଓଜନ ମେସିନ୍ ରଖିବେ। ବ୍ୟାଗ୍ ଓଜନ କରିବା ପରେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହକୁ ଛଡ଼ାଯିବ। ସେହିପରି କିଭଳି ସ୍କୁଲ୍ ବ୍ୟାଗରେ କମ୍ ବହି ରହିବ ସେଥିପାଇଁ ମଧ୍ୟ ମାର୍ଗଦର୍ଶିକାରେ ସୂଚନା ପ୍ରଦାନ କରାଯାଇଛି।

ଏହି ନିର୍ଦ୍ଦେଶନାମା ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନା ସେ ସଂକ୍ରାନ୍ତରେ ବିଇଓମାନେ ନିୟମିତ ବ୍ୟବଧାନରେ ବିଭିନ୍ନ ସ୍କୁଲ୍ ପରିଦର୍ଶନ କରିବେ ଓ ନିୟମ ଉଲଂଘନ କରୁଥିବା ସ୍କୁଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ଦିନରେ ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଣପୁର ବିଇଓ ସନାତନ ଜାଲି ବାଣପୁର ସ୍ଥିତ ଦୁଇ ଗୋଟି ଘରୋଇ ବିଦ୍ୟାଳୟ ଯଥା ଲଡୁକେଶ୍ୱର ବିଦ୍ୟା ମନ୍ଦିର ଏବଂ ସେଣ୍ଟ ଜାଭିୟର ହାଇ ସ୍କୁଲ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏ ବାବଦରେ ସଚେତନ କରାଇବା ସହ ବିଭିନ୍ନ ବିଦ୍ୟାର୍ଥୀଙ୍କ ବ୍ୟାଗର ଓଜନ ଯାଞ୍ଚ ମଧ୍ୟ କରିଥିଲେ। ଉକ୍ତ ଯାଞ୍ଚରେ ବିଇଓ ଉଭୟ ବିଦ୍ୟାଳୟ ନିୟମ ମାନିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି।

ବାଣପୁର ବିଇଓ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ମାଲକାନଗିରିର ବସନ୍ତ କୁମାର ରଣା

August 26, 2025

ୟୁନିଫାଏଡ୍ ପେନସନ୍ ସ୍କିମ୍ ରୁ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ କୁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି

August 26, 2025

ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗୀତା: ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ଓଡିଶା ଝିଅ

August 26, 2025
Latest News

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025

‘ଯଦି ତୁମେ ଶାନ୍ତି ଚାହୁଁଛ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ…’ ସିଡିଏସ୍ ଅନିଲ ଚୌହାନଙ୍କ ବାର୍ତ୍ତା

August 26, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ମାଲକାନଗିରିର ବସନ୍ତ କୁମାର ରଣା

August 26, 2025

ୟୁନିଫାଏଡ୍ ପେନସନ୍ ସ୍କିମ୍ ରୁ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ କୁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.