ଭୁବନେଶ୍ବର: ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ବାରା ହେବାକୁ ଥିବା ନିଯୁକ୍ତି ପରୀକ୍ଷା ବାତିଲ ହୋଇଛି। ଏଥିରେ ଆରଆଇ, ଆସିଡିଏସ ସୁପରଭାଇଜର, ଏଆରଆଇ, ଅମିନ ପରୀକ୍ଷା ଏବଂ ଏସଏଫଏସ ପରୀକ୍ଷା ହେବାର ଥିଲା। ଏହି ପରୀକ୍ଷା ଅଗଷ୍ଟ 1 ତାରିଖରୁ ସେପ୍ଟମ୍ବର 4 ତାରିଖ ମଧ୍ୟରେ ହେବାର ଥିଲା। ଏହି ପରୀକ୍ଷା ବାତିଲ ହେଲା ବୋଲି ଓଏସଓଏସଏସସି ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ତେବେ ଏହି ପରୀକ୍ଷା କେବେ ହେବ ସେ ନେଇ ସଂସ୍ଥା ତରଫରୁ ପରବର୍ତ୍ତି ସମୟରେ ଜଣାଇ ଦିଆଯିବ।