Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାନେଶ୍ୱର ବ୍ଲକ ରେ ‘ଏକ୍ ପେଡ୍ ମା କେ ନାମ୍’ କାର୍ଯ୍ୟକ୍ରମ
ଆଜିର ଖବର

ମାନେଶ୍ୱର ବ୍ଲକ ରେ ‘ଏକ୍ ପେଡ୍ ମା କେ ନାମ୍’ କାର୍ଯ୍ୟକ୍ରମ

July 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସମ୍ବଲପୁର କ୍ଷେତ୍ରୀୟ ଶାଖା ତରଫରୁ ଆଜି ସ୍ଥାନୀୟ ମାନ୍ଧାତା ବାବା ଉଚ୍ଚତର ବିଦ୍ୟାଳୟରେ ଏକ୍ ପେଡ୍ ମା କେ ନାମ୍ ୨.୦, ଜଳ ସଞ୍ଚୟ ଏବଂ ଜନ ଭାଗିଦାରୀ ଶୀର୍ଷକ ଏକ ବିଶାଳ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ସହକାରୀ ନିର୍ଦ୍ଦେଶକ ମନମୋହନ ପାଢ଼ୀ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀଗଣ ଏବଂ ଅଧ୍ୟକ୍ଷ ସହଯୋଗ କରି ସଫଳ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନେଶ୍ୱର ବ୍ଲକ ର ଅଧ୍ୟକ୍ଷା ରୁକମଣୀ ମହାନନ୍ଦା ଯୋଗଦେଇ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ସମାଜ ଏବଂ ସରକାରଙ୍କ ସମସ୍ତ ଜନମଙ୍ଗଳ କାର୍ଯ୍ୟକ୍ରମରେ ସହଭାଗୀ ହେବାପାଇଁ ଗୁରୁତ୍ଵାରୋପ କରିଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷ ଗୋଣ୍ଡା ରାମ ଘଡେଇଲ୍ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ବୃକ୍ଷ ରୋପଣ,ଜଳ ସଞ୍ଚୟ ଓ ସଂରକ୍ଷଣ ଏବଂ ଜନଭାଗିଦାରୀ ଉପରେ ଉଦବୋଧନ ଦେଇ ଅଂଶଗ୍ରହଣକାରୀଙ୍କୁ ଜଣେ ଜଣେ ସମାଜ ପ୍ରତି ଉତ୍ତରଦାୟୀ ଏବଂ ଦାୟିତ୍ବବାନ ନାଗରିକ ହେବାକୁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ଜଳ ସଞ୍ଚୟ ଏବଂ ସଂରକ୍ଷଣ ର ବିଭିନ୍ନ ଉପାୟ ଉପରେ ବିଷୟ ବିଶେଷଜ୍ଞ ରୂପେ ଯୋଗଦେଇ ରଞ୍ଜନ ନାୟକ ଵୁଝାଇଥିବା ବେଳେ କୃଷି ଓ ବୃକ୍ଷ ବିଶେଷଜ୍ଞ ଅଶୋକ ପ୍ରଧାନ ଏକ୍ ପେଡ୍ ମା କେ ନାମ୍ ଅର୍ଥାତ୍ ମା’ଙ୍କ ନାମରେ ଗୋଟିଏ ଗଛ ର ଦ୍ଵିତୀୟ ଚରଣ ଅଭିଯାନ ଲକ୍ଷ, ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖି ଥିଲେ ।

ଏଥି ପୂର୍ବରୁ ଚଳିତମାସ ୨୩ ତାରିଖରେ ଉକ୍ତ ବିଷୟ ଉପରେ ଆୟୋଜିତ ବତ୍କୃତା ଏବଂ ନିବନ୍ଧ ଲିଖନ ପ୍ରତିଯୋଗିତା ର ବିଜେତା ମାନଙ୍କୁ ମୁଖ୍ୟ ଅତିଥି ରୁକମଣୀ ମହାନନ୍ଦା ପୁରସ୍କାର ଏବଂ ମେଧା ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ସତ୍ୟ ନାରାୟଣ ଠାକୁର ଧନ୍ୟବାଦ୍ ପ୍ରଦାନ କରି କେନ୍ଦ୍ରୀୟ ସଞ୍ଚାର କାର୍ଯ୍ୟଳୟର ଏଭଳି ଜନସଚେତନତା କାର୍ଯ୍ୟକ୍ରମ ପାଇଁ ଭୂୟସୀ ପ୍ରଶଂସା କରିଥିଲେ

ଏଥି ପୂର୍ବରୁ ଗତକାଲି ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କୁ ନେଇ ଏକ ବିଶାଳ ଜନସଚେତନତା ପଦଯାତ୍ରା ନିକଟସ୍ଥ ଭୁଲୁଆ଼ଁଟିକ୍ରନା ଗାଁ ରେ ପରିକ୍ରମା କରି ଜନମାନସରେ ମାଁ ଟିଏ ଗଛ ଟିଏ, ଜଳ ସଞ୍ଚୟ ଏବଂ ଜନ ଭାଗିଦାରୀ ର ବାର୍ତ୍ତା ପ୍ରଚାରିତ କରାଯାଇଥିଲା ଏବଂ ପରେ ପରେ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ , କର୍ମଚାରୀ ଏବଂ ମୁଖ୍ୟ ଅତିଥିଙ୍କ ଦ୍ଵାରା ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା।

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଅଦୃଶ୍ୟ ନାଟ୍ୟ ଆଶ୍ରମର କଳାକାର ମାନଙ୍କ ଦ୍ବାରା ଗୀତ ଓ ନାଟକ ପରିବେଷଣ ଜରିଆରେ ମନୋରଞ୍ଜନ ସହ ଜଳ, ଜଙ୍ଗଲ, ଜମି, ବୃକ୍ଷ ଏବଂ ଜନଭାଗିଦାରୀ ସଂକ୍ରାନ୍ତରେ ବାର୍ତ୍ତା ଦିଆଯାଇଥିଲା।

ଏକ୍ ପେଡ୍ ମା’ କେ ନାମ୍ ଜନସଚେତନତା
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.