ଭାରତୀୟ ବାୟୁସେନାରେ ୪ଟି ନୂତନ ଆପାଚେ ଆଟାକ୍ ହେଲିକପ୍ଟର ସାମିଲ ହେବାକୁ ଯାଉଛି। ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ୪ଟି ହେଲିକପ୍ଟର ଆସନ୍ତା ସପ୍ତାହରେ ବାୟୁସେନାରେ ସାମିଲ ହେବ। ଭାରତ ପକ୍ଷରୁ ଆମେରିକା ନିକଟରୁ ୨୨ଟି ଆପାଚେ ଆଟାକ୍ ହେଲିକପ୍ଟର ଅର୍ଡର ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୪ଟି ହେଲିକପ୍ଟର ଆସନ୍ତା ସପ୍ତାହରେ ପହଞ୍ଚିବ ବୋଲି ଜଣାପଡିଛି। ୨୦୧୫ରେ ଏହି ଚୁକ୍ତି ସ୍ବାକ୍ଷର ହୋଇଥିଲା। ୨୦୨୦ ସୁଦ୍ଧା ସମସ୍ତ ହେଲିକପ୍ଟର ଭାରତକୁ ରପ୍ତାନୀ କରାଯିବ ବୋଲି ପେଣ୍ଟାଗନ୍ ପକ୍ଷରୁ ପ୍ରକାଶ କରାଯାଇଛି। ସେପ୍ଟେମ୍ବର ମାସରେ ଏହି ହେଲିକପ୍ଟର ଗୁଡିକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବ ବୋଲି ଜଣାପଡିଛି।