ଭୁବନେଶ୍ବର: ବିଶିଷ୍ଟ ସାମ୍ବାଦିକ, ଲେଖକ, ଗବେଷକ ଓ ବହୁ ପ୍ରାମାଣିକ ଚଳଚିତ୍ରର ରଚନା, ନିର୍ଦେଶନା ଓ ପ୍ରଯୋଜନା କରିଥିବା ବହୁବିଧ ପ୍ରତିଭାର ଏକନିଷ୍ଠ ବ୍ୟକ୍ତିତ୍ୱ ଜିତେନ୍ଦ୍ର ପଟ୍ଟନାୟକଙ୍କୁ 2025 ବର୍ଷ ପାଇଁ ସମ୍ମାନଜନକ ଗନ୍ଧର୍ବ କଳା ସମ୍ମାନ ପ୍ରଦାନ କରାଯାଇଛି।
କଳାକାର ଦିବସ ଉପଲକ୍ଷେ “ଓଡ଼ିଆ କଳାକାରଙ୍କ ସ୍ୱର” ବା ଓକେଏସ ସଂସ୍ଥା ପକ୍ଷରୁ ବିଶିଷ୍ଟ ସିନେ ନିର୍ଦେଶକ (ହାକିମ ବାବୁ) ପ୍ରଣବ ଦାସ, ବିଶିଷ୍ଟ ସମାଜସେବୀ ତଥା ଟିମ ଆଡ଼ଭାଟାଜିଙ୍ଗର ମୁଖ୍ୟ ନିଶିକାନ୍ତ ମିଶ୍ର, ଯାତ୍ରା ସମ୍ରାଟ ଦୈତାରୀ ପଣ୍ଡା, ଓକେଏସ ସଭାପତି ଶ୍ରୀଧର ମାର୍ଥା ଏବଂ ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା ପ୍ରମୁଖ ଜିତେନ୍ଦ୍ରଙ୍କୁ ଉପଢୌକନ, ମାନପତ୍ର ଦେଇ ସମ୍ମାନୀତି କରିଛନ୍ତି।
ଜିତେନ୍ଦ୍ର କେବଳ ସଫଳ ସାମ୍ବାଦିକ ଭାବେ ସୁନାମ ଅର୍ଜି ନାହାନ୍ତି, ବର୍ତ୍ତମାନ ସୁଦ୍ଧା ସେ ପାଞ୍ଚ ଶହରୁ ଅଧିକ ପ୍ରାମାଣିକ ଚଳଚିତ୍ର କରି ଚର୍ଚ୍ଚିତ ହୋଇଛନ୍ତି। ଏଥିରୁ ଦୁଇଟି ଡକ୍ୟୁ ଫିଲ୍ମ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହୋଇଛି।
ଜିତେନ୍ଦ୍ରଙ୍କୁ ପୂର୍ବରୁ ବହୁ ଅନୁଷ୍ଠାନ ନିଜର ସାଧନା ପାଇଁ ସମ୍ମାନିତ ଓ ପୁରସ୍କୃତ କରିଛନ୍ତି। ସେଥିମଧ୍ୟରୁ ‘ଗଙ୍ଗାଧର ମେହେର କଳା ସମ୍ମାନ’, ‘ଶବରୀ ପ୍ରଭାଦୀପ୍ତ ସମ୍ମାନ’, ‘ଟେମ୍ପଲ୍ ସିଟି ଆଓ୍ବାଡ୍’ ଓ ‘ଜୟପ୍ରକାଶ ନାରାୟଣ ସମ୍ମାନ’ ଆଦି ଅନ୍ୟତମ।