ଶିଶୁ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପଦକ୍ଷେପ ‘ପରୀ’ ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ରାଜ୍ୟ କ୍ରାଇମବ୍ରାଞ୍ଚର ଏହି ଅଭିଯାନର ଆସନ୍ତା ଜୁଲାଇ ୩୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ବିଭିନ୍ନ ଅବହେଳିତ ଶିଶୁଙ୍କୁ ଉଦ୍ଧାର କରାଯିବ। ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଅପରେସନ ସମାନ୍ତରାଳ ଭାବେ ଆରମ୍ଭ ହେବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ‘ମୁସ୍କାନ’ ଓ ‘ସ୍ମାଇଲ’ ଯୋଜନା ପରେ ଏବେ ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ଅପରେସନ୍ ‘ପରୀ’ ଅଭିଯାନ ଚାଲିଛି। ପୂର୍ବରୁ ଏହି କାର୍ଯ୍ୟକ୍ରମ ଦୁଇ ଥର ସଫଳତାର ସହ ସମାପନ ହୋଇଥିବା ବେଳେ ଚଳିତ ବର୍ଷ ଏହା ତୃତୀୟ ଥର ପାଇଁ ଅନୁଷ୍ଠିତ ହେବ।