Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଗ୍ନୋର ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି ଅଗଷ୍ଟ ୧୫ ତାରିଖକୁ ବୃଦ୍ଧି
ଆଜିର ଖବର

ଇଗ୍ନୋର ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି ଅଗଷ୍ଟ ୧୫ ତାରିଖକୁ ବୃଦ୍ଧି

August 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ-୨୦୨୫ ଶିକ୍ଷା ସେସନ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଘୋଷଣା କରାଯାଇଛି। ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଏହି ସୁଯୋଗର ଲାଭ ଉଠାଇ ପାରିବେ। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଉଚ୍ଚ ଶିକ୍ଷା ପାଇବାରୁ ବଂଚିତ ହୋଇଥିବା କୌଣସି ବୟସର ବ୍ୟକ୍ତି ବିଶେଷଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣର ଶେଷ ତାରିଖ ଚଳିତ ଅଗଷ୍ଟ ମାସ ୧୫ ତାରିଖକୁ ବୃଦ୍ଧି କରାଯାଇଛି।

ଅଣ୍ଡରଗ୍ରାଜୁଏଟ (ସ୍ନାତକ) ପ୍ରୋଗ୍ରାମ ଯଥା କଳା (ସାଧାରଣ), ବିଜ୍ଞାନ (ସାଧାରଣ), ବାଣିଜ୍ଯ (ସାଧାରଣ), ବିଭାଗରେ ନାମ ଲେଖାଇବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତିଆ ଆବେଦକଙ୍କ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି। ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ସେମାନେ ଇଗ୍ନୋର ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେନାହିଁ।

ଇଚ୍ଛୁକ ଛାତ୍ରଛାତ୍ରୀ ଇଗ୍ନୋର ୱେବସାଇଟ୍ www.ignou.ac.in ଏବଂ ଏହି ଲିଙ୍କ http://ignouadmission.samarth.edu.in ଅନୁସରଣ କରି ପାରିବେ କିମ୍ବା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ଇ-ମେଲ୍ ମାଧ୍ୟମରେ ଯୋଗାଯୋଗ କରି ପାରିବେ। ଏହାଛଡ଼ା ୦୬୭୪-୨୯୭୧୦୭୧ କିମ୍ବା ୦୬୭୪-୨୩୦୧୩୪୮ ନମ୍ବରରେ ଯୋଗାଯୋଗ କରାଯାଇପାରିବ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ.ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି।

ଇଗ୍ନୋ ଜୁଲାଇ-୨୦୨୫ ଶିକ୍ଷା ସେସନ ନାମଲେଖା ପୁନଃ ପଞ୍ଜୀକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025
Latest News

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.