ଚୀନ୍ରେ ଭୂସ୍ଖଳନ ଘଟି 29 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ସମୁଦାୟ 23ଟି ଘର ଭୁଷୁଡି ପଡିଥିବା ବେଳେ ଏହା ମଧ୍ୟରୁ ଗତକାଲି ରାତି ସୁଦ୍ଧା 40 ଜଣଙ୍କୁ ଉଦ୍ଧାର କରାଯାଇଛି । 22 ଜଣ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଥିବା ଜଣାପଡିଛି । ଦକ୍ଷିଣ ପଶ୍ଚିମ ଚୀନ୍ର ଚାଇନା ରୋଜ୍ ଗ୍ରାମରେ ତିନିଦିନ ଧରି ପ୍ରବଳ ବର୍ଷା ଫଳରେ ଏହି ଘର ଗୁଡିକ ଭୁଷୁଡି ପଡିଛି । ପ୍ରବଳ ବର୍ଷା ଫଳରେ ଚୀନ୍ରେ ବନ୍ୟା ପରସ୍ଥିତି ଆଶଙ୍କା ସୃଷ୍ଟି ହୋଇଛି । ଚୀନ୍ର ପାର୍ବତ୍ୟାଞ୍ଚଳରେ ବିଗତ ପାଞ୍ଚ ଦିନ ଧରି ପ୍ରବଳ ବର୍ଷା ହୋଇଥିବା ନେଇ ଚୀନ୍ ଗଣମାଧ୍ୟମ ପକ୍ଷରୁ ପ୍ରକାଶ କରାଯାଇଛି । ମାଟି ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ପ୍ରକାଶ ପାଇଛି ।