ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍ ଜୟପାଲ ରେଡ୍ଡୀଙ୍କ ପରଲୋକ ହୋଇଛି । ହାଇଦ୍ରାବାଦରେ ରବିବାର ରାତି 1.30 ମିନିଟ୍ରେ ଏକ ଘରୋଇ ହସ୍ପିଟାଲରେ 77 ବର୍ଷ ବୟସରେ ରେଡ୍ଡୀଙ୍କର ପରଲୋକ ହୋଇଛି । ଜଣେ ଛାତ୍ର ନେତା ଭାବରେ 1970ରେ କଂଗ୍ରେସରେ ଯୋଗ ଦେଇ ବିଧାୟକ ହୋଇଥିଲେ । ଏହାପରେ ଜନତା ଦଳରେ ଯୋଗ ଦେଇଥିଲେ ରେଡ୍ଡୀ । ଜନତା ଦଳରେ ଯୋଗ ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରାଳୟ ପରି ବିଭାଗରେ ମନ୍ତ୍ରୀ ରହିଥିଲେ । 2003ରେ ପୁନର୍ବାର କଂଗ୍ରେସରେ ଯୋଗ ଦେଇ ୟୁପିଏ -1 ଏବଂ ୟୁପିଏ-2ରେ ମନ୍ତ୍ରୀ ରହିଥିଲେ । ନିଜ ରାଜନୈତିକ ଜୀବନରେ 5 ଥର ବିଧାୟକ ଏବଂ 4 ଥର ସାଂସଦ ରହିଛନ୍ତି ଜୟପାଲ ରେଡ୍ଡୀ ।