ବିଜେପିକୁ ବାହ୍ୟ ସମର୍ଥନ ନେଇ ଜେଡିଏସ୍ର ପୂର୍ବତନ ମନ୍ତ୍ରୀଙ୍କ ବୟାନକୁ ଅସ୍ବୀକାର କରିଛନ୍ତି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ । ଗତକାଲି ପୂର୍ବତନ ଜେଡିଏସ୍ ମନ୍ତ୍ରୀ ଜିଟି ଦେବଗୌଡା ବିଜେପିକୁ ସମର୍ଥନ ନେଇ ଦଳର କିଛି ବିଧାୟକ ବିଚାର କରୁଥିବା ସମ୍ପର୍କରେ ସୂଚନା ଦେଇଥିଲେ । ବିଜେପି ନିକଟରେ ବର୍ତ୍ତମାନ 106 ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ସମର୍ଥନ ମିଳିବାର ଆଶା ରଖାଯାଇଛି । ସୋମବାର ୟେଦ୍ୟୁରପ୍ପାଙ୍କ ଆସ୍ଥା ଭୋଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ କୁମାରସ୍ବାମୀ ଦଳୀୟ ବିଧାୟକ ବିଜେପିକୁ ସମର୍ଥନ ପ୍ରଦାନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହି ଘଟଣାକୁ ନେଇ ଏଚ୍ଡି ଦେବେଗୌଡା ଭିନ୍ନ ମତପୋଷଣ କରିଛନ୍ତି । ଜେଡିଏସ୍ ଏକ ଆଞ୍ଚଳିକ ରାଜନୈତିକ ଦଳ ତେଣୁ ଆବଶ୍ୟକ ପଡିଲେ ଦଳ ସମର୍ଥନ ପ୍ରଦାନ କରିପାରେ କିମ୍ବା ବିରୋଧ ମଧ୍ୟ କରିପାରେ ବୋଲି ଦେବେଗୌଡା ମତ ଦେଇଛନ୍ତି ।