ଭୁବନେଶ୍ବର: ଆଜି ରାତିରେ ଆସିବ ବଳଙ୍ଗା ପିଡିତାଙ୍କ ମୃତ ଦେହ। ନୂଆଦିଲ୍ଲୀ ଏମସରେ ତାଙ୍କର ଶବ ବ୍ୟବଛେଦ ପରେ ରାତି ବିମାନରେ ମୃତଦେହ ଅଣାଯାଉଛି। ଏହି ବିମାନ ଭୁବନେଶ୍ବରରେ ରାତି 11 ଟା 30 ପହଁଚିବ। ସେଥିପାଇଁ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୃତଦେହ ଅଣାଯିବା ରାସ୍ତାରେ ପୋଲିସ ଜଗି ରହିଛନ୍ତି। କୌଣସି ରାଜନୈତିକ ଦଳ ଯେପରି ବିରୋଧ ନ କରିବେ ସେ ନେଇ ପୋଲିସ ତରଫରୁ ସୁରକ୍ଷା କରାଯାଇଛି।
ଭୁବନେଶ୍ବର ବିମାନ ବନ୍ଦରରୁ ମୃତ ଦେହ ତାଙ୍କ ବଳଙ୍ଗା ନିକଟସ୍ଥ ତାଙ୍କ ଗ୍ରାମ ବାୟାବରକୁ ନିଆଯିବ। ସେଠାରେ ଶବ ଦାହ କରାଯିବ। ତେବେ ରାତିରେ ଶବ ସତ୍କାର କରାଯିବ କି ନାହିଁ ସେ ନେଇ ବିବାଦ ସୃଷ୍ଟି ହୋଇଛି। ଏଥିସହିତ ସେହି ଗ୍ରାମରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।