ଉତ୍ତରପ୍ରଦେଶରେ ଏକ ଅଘଟଣ ଘଟିଛି । ବହରାଇଚଠାରେ ସରଜୁ ନଦୀରେ ରବିବାର ଏକ ଡଙ୍ଗା ବୁଡ଼ି ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ଜଣ ନିଖୋଜ ଅଛନ୍ତି । ଆଜି ତଳି ରୁଆ କାମ ପାଇଁ ଏକ ଡଙ୍ଗା ଯୋଗେ ସରଯୁ ନଦୀ ପାର ହେଉଥିଲେ । ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା । ଡଙ୍ଗାରେ ପ୍ରାୟ ୨୧ଜଣ ଗ୍ରାମବାସୀ ଥିଲେ । ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ି ସମସ୍ତ ଗ୍ରାମବାସୀ ପାଣିରେ ପଡ଼ିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ୧୭ଜଣ ନିଖୋଜ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଏସଡିଏମ ମୋତିପୁରର ଏନଡିଆରଏଫ ଟିମ ଦ୍ୱାରା ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଛି । ମୃତକଙ୍କ ସଂଖ୍ୟ ବଢିପାରେ ବୋଲି ସୂଚନା ମିଳିଛି ।