ଆଜିଠୁ ଅଗଷ୍ଟ ୩ ଯାଏ ନକ୍ସଲମାନେ ସହିଦ୍ ସପ୍ତାହ ଦିବସ ପାଳନ କରୁଛନ୍ତି। ସରକାରଙ୍କ ନକ୍ସଲ ଦମନ ନୀତିକୁ ବିରୋଧ କରି ପ୍ରତିବର୍ଷ ଜୁଲାଇ ୨୮ରୁ ବିଭିନ୍ନ ନକ୍ସଲ ସଂଗଠନ ତରଫରୁ ଏହି ସପ୍ତାହ ପାଳନ କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଆନ୍ଧ୍ର-ଓଡ଼ିଶା ସୀମାକୁ ସିଲ୍ କରାଯିବା ସହ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ସେହିପରି ନକ୍ସଲଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ମଧ୍ୟ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କିଛି ଅଞ୍ଚଳରେ ସରକାରୀ ବସ୍ ଚଳାଚଳକୁ ବନ୍ଦ ରଖାଯାଇଥିବା ଜଣାପଡ଼ିଛି।