ଓଡିଶାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପିପୁଲ୍ସ ଚଏସ୍ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସଫଳତା ତାଲିକାରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି । ଆମେରିକାର ବୋଷ୍ଟୋନରେ ଅନୁଷ୍ଠିତ ‘ରିଭରବିଚ୍ ଅନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ-2019’ ଅନୁଷ୍ଠିତ ଏକ ବାଲୁକା କଳା ପ୍ରଦର୍ଶନୀରେ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି । ସାମାଜିକ ସଚେତନତା ପାଇଁ ଉଦ୍ଦିଷ୍ଟ ସୁଦର୍ଶନଙ୍କ ବାଲୁକା କଳାକୃତିକୁ ପିପୁଲ୍ସ ଚଏସ୍ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି । ପ୍ଲାଷ୍ଟିକ୍ ବର୍ଜନ ନେଇ ସୁଦର୍ଶନଙ୍କ କଳାକୃତିକୁ ପୁରସ୍କୃତ କରାଯାଇଥିବା ବେଳେ ଏଥି ନେଇ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବିଶ୍ବର ଶ୍ରେଷ୍ଠ 15 ବାଲୁକା ଶୀଳ୍ପିଙ୍କ ମଧ୍ୟରୁ ଅନ୍ୟତମ ସୁଦର୍ଶନ ଏହି ପ୍ରତିଯୋଗିତା ନିମନ୍ତେ ‘ପ୍ଲାଷ୍ଟିକ୍ ବର୍ଜନ କରନ୍ତୁ, ସମୁଦ୍ରର ସୁରକ୍ଷା କରନ୍ତୁ’ ବାର୍ତ୍ତାକୁ ନେଇ ନିଜର ବାଲୁକା କଳା ପ୍ରଦର୍ଶନ କରିଥିଲେ ।