14 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କେ ରମେଶ କୁମାର । ପୂର୍ବରୁ ତିନି ଜଣ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରି ସାରିଥିଲେ । ସୋମବାର ଆସ୍ଥା ଭୋଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଜି ବିଧାୟକ ମାନଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି । 14 ବିଧାୟକଙ୍କ ମଧ୍ୟରେ 11 ଜଣ କଂଗ୍ରେସ ଏବଂ 3 ଜଣ ଜେଡିଏସ୍ ବିଧାୟକ ସାମିଲ ଅଛନ୍ତି । ଦଳବଦଳ ନିୟମ ଅନୁଯାୟୀ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକ ମାନେ ଆସନ୍ତା 4 ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ । 2023 ପର୍ଯ୍ୟନ୍ତ ଏହି ବିଧାୟକ ମାନେ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି ।