ରେଙ୍ଗାଲି: ଆଦିତ୍ୟ ଆଲୁମିନିୟମ, ଲପାଙ୍ଗା, ସିଏଚସି ଲଇଡା ଓ ମହିଳା ଓ ଶିଶୁ ବିକାଶ, ରେଙ୍ଗାଲି ର ମିଳିତ ଆନୁକୁଲ୍ୟରେ ରେଙ୍ଗାଲି ବ୍ଲକ ର ପାଞ୍ଚ ଗୋଟି ପଞ୍ଚାୟତ ରେ ଯଥା ଲପଙ୍ଗା, ବୋମାଲେଇ, କତରବଗା, ଜଙ୍ଗଲା ଗିଚାମୁରାର ବିଭିନ୍ନ ଅଙ୍ଗନାୱାଡ଼ି କେନ୍ଦ୍ର ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ତାରିଖ ଠାରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ପାଳନ କରାଯାଇଥିଲା । ଏଥିରେ ସ୍ତନ୍ୟପାନ ର ଗୁରୁତ୍ଵ ଓ ଆବଶ୍ୟକ ଉପରେ ଆଲୋଚନା କରାଯାଇଥିଲା ।
ଶିଶୁର ଯତ୍ନ ଓ ସ୍ତନ୍ୟପାନ ର ବିଭିନ୍ନ ପ୍ରଣାଳୀ ଉପରେ ଲୋକମାନେ ଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ପାଇଁ କଙ୍ଗାରୁ ଯତ୍ନ ର ଆବଶ୍ୟକ ବିଷୟେରେ ମଧ୍ୟ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟି କୁ ପାରିପାର୍ଶ୍ବିକ ଉନ୍ନୟନ ବିଭାଗ ର ମୁଖ୍ୟ ଶ୍ରୀଯୁକ୍ତ ରବି ନିୱାସ ଓ ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ମନୋରଞ୍ଜନ ବେହେରା କାର୍ଯଟିକୁ ପରିଚାଳନା ରହିଥିଲେ | ସ୍ଥାନୀୟ ଅଧିବାସୀ ଏଭଳି ମହତ୍ କାର୍ଯ କୁ ପ୍ରଶଂସା କରିବା ସହିତ ଆଦିତ୍ୟ ଆଲୁମିନିୟମ,ଲପଙ୍ଗା କୁ ସାଧୁବାଦ ଜ୍ଞାପନ କରିଥିଲେ ।