Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ
ଆଜିର ଖବର

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

August 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିରୂପେ ୧(ଓଡ଼ିଶା) ଏୟାର ସ୍କ୍ୱାଡନ୍‌, ଏନ୍‌.ସି.ସି. ଭୁବନେଶ୍ୱର କମାଣ୍ଡିଙ୍ଗ୍ ଅଫିସର ଗ୍ରୁପ୍ କ୍ୟାପଟେନ୍ ପୁନୀତ୍ ଚିଲ୍ଲର୍ ଯୋଗଦାନ କରି ନିଜର ବକ୍ତବ୍ୟରେ “ସେବା, ତ୍ୟାଗ ଓ ସମର୍ପଣ ଭାବନା ହିଁ ଜଣେ ଛାତ୍ର ପ୍ରତିନିଧିର ବାସ୍ତବ ପ୍ରତିଫଳନ” ବୋଲି କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ତଥା ଜରୁରୀକାଳୀନ ପରିସ୍ଥତିରେ ସମାଜସେବାରେ ନିଜକୁ ନିୟୋଜିତ କରିପାରିଲେ ପ୍ରତିନିଧି ହେବାର ଗୌରବ ରକ୍ଷା ପାଇପାରିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ର ପ୍ରତିନିଧିମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥପାଠ କରାଇଥିଲେ। ଏକାଦଶ ଶ୍ରେଣୀର କ୍ରିସାଙ୍ଗ ପଲେଇ ଲିଡ଼ର ଏବଂ ଆଫ୍‌ଶୀନ୍ ନାଜ୍ ଆସିଷ୍ଟାଣ୍ଟ ସ୍କୁଲ ଲିଡ଼ର ରୂପେ ମନୋନୀତ ହୋଇଥିବା ବେଳେ ଭକ୍ତି, ସ୍ତୁତି, ଶ୍ଲୋକ ଏବଂ ମନ୍ତ୍ର ଚାରୋଟି ସଦନର ୧୨ ଜଣ ଛାତ୍ର ପ୍ରତିନିଧି ତଥା ୭ଟି କ୍ଲବ୍‍ର ସାତ ଜଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। ବିଦ୍ୟାଳୟସ୍ତରୀୟ ନାନାବିଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶ୍ଳୋକ ସଦନ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିବାବେଳେ ମନ୍ତ୍ର ସଦନ ରନର୍ସଅପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ସେହିପରି ଇନୋଭେସନ୍ କ୍ଲବ୍ ଚମ୍ପିଆନ୍ ହୋଇଥିବା ବେଳେ ରିଡରସ୍ କ୍ଲବ୍ ରନର୍ସଅପ୍ ନିମନ୍ତେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ।

ପରିଶେଷରେ ବିଦ୍ୟାଳୟ କ୍ୟାବିନେଟ୍‌ର ସଂଯୋଜିକା ଶିକ୍ଷୟିତ୍ରୀ ରାଜଶ୍ରୀ ତରଙ୍ଗିଣୀ କାର୍ଯ୍ୟକ୍ରମର ସାଫଲ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡିଏଭି ପୋଖରୀପୁଟ ଶପଥ ପାଠୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଅକ୍ଟୋବର ୨୨ ରୁ ୩୦ ମଧ୍ୟରେ ଅଗ୍ନିବୀର ନିଯୁକ୍ତି ରାଲି

August 8, 2025

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଲି ଏବଂ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

August 8, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ହ୍ରାସ କର୍ମଶାଳା ଅନୁଷ୍ଠିତ

August 8, 2025

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

August 8, 2025
Latest News

ଭୁବନେଶ୍ୱରରେ ଅକ୍ଟୋବର ୨୨ ରୁ ୩୦ ମଧ୍ୟରେ ଅଗ୍ନିବୀର ନିଯୁକ୍ତି ରାଲି

August 8, 2025

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଲି ଏବଂ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

August 8, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ହ୍ରାସ କର୍ମଶାଳା ଅନୁଷ୍ଠିତ

August 8, 2025

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

August 8, 2025

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

August 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.