ହରିୟାଣାର ଗୁରୁଗ୍ରାମଠାରେ ମେଘାଳୟ ବିଧାନସଭାର ବାଚସ୍ପତି ଡନ୍କୁପାର ରାୟଙ୍କ ଦେହାନ୍ତ ହୋଇଯାଇଛି । ଦୀର୍ଘଦିନ ହେବ ରୋଗରେ ପୀଡ଼ିତ ଥିବା ଡନ୍କୁପାର ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ସମୟରେ ଆଜି ଦ୍ବିପ୍ରହର ୨.୫୦ ଘଟିକାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ୧୯୫୪ ନଭେମ୍ବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିବା ଡନ୍କୁପାର୍ ୨୦୦୮ ମସିହାରେ ମେଘାଳୟର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ୨୦୦୯ରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି, ପ୍ରଗତିଶୀଳ ମେଣ୍ଟଠାରୁ ବିଚ୍ଛିନ୍ନ ହୋଇଯାଇଥିଲା । ଏହାପରେ କଂଗ୍ରେସର ଡିଡି ଲପଙ୍ଗ ସରକାର ଗଢିଥିଲେ । ବର୍ତ୍ତମାନ ମେଘାଳୟର ମୁଖ୍ୟମନ୍ତ୍ରୀ ଅଛନ୍ତି କୋରନାଡ୍ ସଂଗମା ।
Tags: