ଭୁବନେଶ୍ଵର: ଜନଜାତିମାନଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକୁ ତୃଣମୂଳସ୍ତରରେ ଅଧିକ ପ୍ରଭାବୀ ଓ ଫଳପ୍ରଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଦି କର୍ମଯୋଗୀ ଅଭିଯାନ ଚାଲିଛି। ଏହି ପଦକ୍ଷେପର ସଫଳ ରୂପାୟନ ପାଇଁ ମୁଖ୍ୟଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଅନୁସୂଚିତ ଜନଜାତି ବିଭାଗ କମିଶନର ବି.ପରମେଶ୍ବରନ ଆଦି କର୍ମଯୋଗୀ ଅଭିଯାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଜନଜାତି ବର୍ଗର ଲୋକମାନଙ୍କୁ ତୃଣମୂଳ ସ୍ତରରେ ସଶକ୍ତ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ ଉପରେ ମୁଖ୍ୟଶାସନ ସଚିବ ଗୁରୁତ୍ବ ଦେଇଥିଲେ।