ମୁମ୍ବାଇ: ଆଜି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଆମେ ବିଜେପି ସହିତ ମେଣ୍ଟ କରିଥିଲୁ, ଜଣେ ବିଜେପି ନେତା ମୋତେ କହିଥିଲେ ଯେ, କିପରି EVM ହ୍ୟାକ୍ ହୁଏ। ସେ କହିଛନ୍ତି ଯେ, ଏବେ ସେ ନେତା ନୁହଁନ୍ତି, କିନ୍ତୁ ଏବେ ବି ବିଜେପିରେ ଅଛନ୍ତି। ତଥାପି ସେ ସେହି ନେତାଙ୍କ ନାମ ପ୍ରକାଶ କରି ନଥିଲେ।
