Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷଷ୍ଠ ‘ନିର୍ମଳ ପାଣ୍ଡେ ସ୍ମୃତି ଫିଲ୍ମ ଫେଷ୍ଟିଭାଲ୍’ ଉଦଯାପିତ
ଆଜିର ଖବର

ଷଷ୍ଠ ‘ନିର୍ମଳ ପାଣ୍ଡେ ସ୍ମୃତି ଫିଲ୍ମ ଫେଷ୍ଟିଭାଲ୍’ ଉଦଯାପିତ

August 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: କଟକ ବିଜୁ ପଟ୍ଟନାୟକ ଫିଲ୍ମ ଇନ୍ଷ୍ଟିଟ୍ୟୁଟରେ ଦୁଇ ଦିନ ବ୍ୟାପୀ ଚାଲିଥିବା ୨୦୨୫ର ଷଷ୍ଠ ‘ନିର୍ମଳ ପାଣ୍ଡେ ସ୍ମୃତି ଫିଲ୍ମ ଫେଷ୍ଟିଭାଲ୍’ର ଉଦଯାପନୀ ହୋଇଛି। ବରିଷ୍ଠ ସିନେମାଟୋଗ୍ରାଫର ତଥା ପୂର୍ବତନ ନିର୍ଦ୍ଦେଶକ ବିଜୁ ପଟ୍ଟନାୟକ ଫିଲ୍ମ ଇନ୍ଷ୍ଟିଟ୍ୟୁଟ, କଟକର ସୁରେନ୍ଦ୍ର କୁମାର ସାହୁ ଏବଂ ବଲିଉଡ ଅଭିନେତା ଗୋବିନ୍ଦ ନାମଦେବ ଙ୍କୁ ଜୀବନବ୍ୟାପୀ ସମ୍ମାନ ପ୍ରଦାନ କରାଯାଇଛି।

ସେହିପରି ବିଭିନ୍ନ ବର୍ଗରେ ପୁରସ୍କୃତ ହୋଇଥିବା ଚଳଚ୍ଚିତ୍ର ଗୁଡିକ ହେଲା, ସର୍ବୋତ୍ତମ କ୍ଷୁଦ୍ର ଚଳଚ୍ଚିତ୍ର – ‘ଅନୁଭବ’। ଶ୍ରେଷ୍ଠ ନିର୍ଦ୍ଦେଶକ – ଦୀପ୍ତି ଅଶ୍ୱିନୀ ଉପାଧ୍ୟାୟ ଏବଂ ଅଶ୍ୱିନୀ କୁମାର ଉପାଧ୍ୟାୟ ‘ନିର୍ବାକ୍’, ସର୍ବୋତ୍ତମ ସିନେମାଟୋଗ୍ରାଫର – ରଣଜିତ୍ କୁମାର ରଥ ‘ଅଦମ୍ୟ’, ସର୍ବୋତ୍ତମ ସମ୍ପାଦନା – ତେଜୁସ୍ ଆଶା ରାଜନ ‘ମାଇଂ ମଦର୍ ମାଇ ୱର୍ଲ୍ଡ’, ଶ୍ରେଷ୍ଠ ଲେଖକ – ଅକ୍ଷୟ କୈଳାଶ ଯାଦବ ‘ଖାରା ମୋଡାକ୍’, ଶ୍ରେଷ୍ଠ ଅଭିନେତା (ପୁରୁଷ) – ବିବେକ ଉପାଧ୍ୟାୟ ‘ଆଡିୟୁ’, ଶ୍ରେଷ୍ଠ ଅଭିନେତା (ମହିଳା) – ଇ ସଞ୍ଚିତା ପାତ୍ର ‘ଅଦମ୍ୟ’, ସର୍ବୋତ୍ତମ ସଂଗୀତ – ଦିପ୍ତିମାନ ”ଅନୁଭବ”, ଶ୍ରେଷ୍ଠ ଲେଖକ ଅଜୟ ମହାପାତ୍ର, documentary ଫିଲ୍ମ ସାଥ ଚଲନା ହିଁ ଜ଼ିନ୍ଦାଗି ହେ ପାଇଁ ଡ୍ର. ଚନ୍ଦ୍ରଶେଖର ରଥ ଙ୍କୁ ଶ୍ରେଷ୍ଠ ନିର୍ଦେଶନା ଚଳଚ୍ଚିତ୍ର – ‘ଭୋଟ୍’, ସର୍ବୋତ୍ତମ ସଂଗୀତ, ଅଭିଜିତ୍ ମଜୁମଦାର ଚଳଚ୍ଚିତ୍ର ‘ଆଭା’, ଶ୍ରେଷ୍ଠ ସମ୍ପାଦକ, ଅସୀମ କୁମାର ସିହ୍ନା,ଚଳଚ୍ଚିତ୍ର ‘ଚମ୍ବଲ୍ ପାର’, ଶ୍ରେଷ୍ଠ ସିନେମାଟୋଗ୍ରାଫର, ନୀତେଶ ରାୱତ ଚଳଚ୍ଚିତ୍ର, ‘ବଦଗୁମାନ’, ଶ୍ରେଷ୍ଠ ଅଭିନେତା (ପୁରୁଷ) ଅଭିଷେକ ଆର୍ଯ୍ୟ ଚଳଚ୍ଚିତ୍ର ‘ଚମ୍ବଲ୍ ପାର’। ଶ୍ରେଷ୍ଠ ଅଭିନେତା (ମହିଳା) ତ୍ରିପୁରୀ ଯାଦବ, ‘ବଦଗୁମାନ’ ଓ ସୋନା ମଲିକ୍, ଚଳଚ୍ଚିତ୍ର ଆଭା, ଶ୍ରେଷ୍ଠ ନିର୍ଦ୍ଦେଶକ ପଲ୍ଲଭ ରୟ ଚଳଚ୍ଚିତ୍ର ‘ଆଭା’, ସର୍ବୋତ୍ତମ ଫିଚର୍ ଫିଲ୍ମ, ‘ଆଭା’।

ବଲିଉଡ ତଥା ଭାରତର ବିଶିଷ୍ଟ ଅଭିନେତା ନିର୍ମଳ ପାଣ୍ଡେଙ୍କ ସ୍ମୃତିକୁ ସମର୍ପିତ ଏହି ଉତ୍ସବ ତାଙ୍କର ସ୍ୱର୍ଣ୍ଣିମ ଅଭିନୟ ଓ କଳାକୁ ସ୍ମରଣ କରିଥିଲା।

ଲାଲଗାଲିଚାରେ (ରେଡ୍ କାର୍ପେଟ୍) ବଲିଉଡ୍ ଓ ଭାରତୀୟ କଳାଜଗତର କେତେକ ପ୍ରମୁଖ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ ଯେଉଁମାନଙ୍କ ମଧ୍ୟରେ ଥିଲେ ପୂର୍ବତନ BPFTIO ନିର୍ଦ୍ଦେଶକ ଓ ଭାରତର ପ୍ରସିଦ୍ଧ କ୍ୟାମେରାମ୍ୟାନ୍ ସୁରେନ୍ଦ୍ର ସାହୁ, ବଲିଉଡ୍ ପ୍ରଡକ୍ସନ୍ ଡିଜାଇନର୍ ସଞ୍ଜୟ ବତ୍ରା, ଅଭିନେତା ମହେନ୍ଦ୍ର ସିଂହ ରଘୁବଂଶୀ, ଅଲ୍ ଇଣ୍ଡିଆ ଆର୍ଟିଷ୍ଟ୍ସ ଆସୋସିଏସନ୍, ଶିମଲା, ଉପାଧ୍ୟକ୍ଷ ଶ୍ରୀମତୀ ରେଖା ରୋହିତାଶୀ ଗୌର, ଆଓ ନେକ୍ସଟ ପ୍ରତିଷ୍ଠାତା ଓ ସିଇଓ କୌଶିକ ଦାସ, BPFTIO ନିର୍ଦ୍ଦେଶକ ସୁବ୍ରରଞ୍ଜନ ରାୟ, ଅଭିନେତ୍ରୀ ପିଙ୍କି ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶକ ଅମୋଦ କୃଷ୍ଣ ଭଟ୍ଟ, ଗାୟିକା ସୁଭଶ୍ରୀ ଭଟ୍ଟ, ଓଡ଼ିଆ ସିନେ-ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଓ ବିଶାଳ ମୋର୍ୟା।

ପ୍ରଥମ ଦିନରେ BPFTIO ଛାତ୍ରଛାତ୍ରୀଙ୍କର ଡିଗ୍ରୀ ଫିଲ୍ମର ‘ଆସ୍ଥା ରେ ଧାରା’, ‘କାଳଚକ୍ର’, ‘ବ୍ଲକ୍’ ଓ ‘ମାରୁଚିକା’ ପ୍ରଦର୍ଶିତ ହୋଇଥିଲା ଏବଂ ପ୍ରଶଂସା ଓ ପୁରସ୍କାର ଅର୍ଜନ କରିଥିଲା। ଏହା ସହିତ ‘ନିର୍ବାକ୍’, ‘ଉମ୍ମୀଦ୍’, ‘ମାଇଂ ମଦର୍ ମାଇ ୱର୍ଲ୍ଡ’, ‘ଜଗର୍ସ ପାର୍କ’ ଓ ‘ଡିପସ୍ଟିକ୍’ ଭଳି ସର୍ଟ ଫିଲ୍ମ ଗୁଡିକ ଆଣିଥିଲା ଏହି କାର୍ଯ୍ୟକ୍ରମରେ ଆଣିଥିଲା ବିବିଧତା। ଏହି ସେଭୁ ମଧରେ ଓଡ଼ିଆ ଫିଲ୍ମ ‘ଦମନ୍’ ସମସ୍ତଙ୍କ ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଥିଲା।

ସନ୍ଧ୍ୟାର ଆକର୍ଷଣରେ ଅମୋଦ କୃଷ୍ଣ ଭଟ୍ଟ ଓ ସୁଭଶ୍ରୀ ଭଟ୍ଟଙ୍କ ଦ୍ୱାରା ନିର୍ମଳ ପାଣ୍ଡେଙ୍କୁ ସମର୍ପିତ ସଙ୍ଗୀତ କାର୍ଯ୍ୟକର୍ମ ଦର୍ଶକଙ୍କ ମନରେ ଏକ ଅଦ୍ଭୁତ ଭାବବିହ୍ୱଳତା ଆଣିଥିଲା।

ଏହି ଫିଲ୍ମ ଫେଷ୍ଟିଭାଲ୍ କଟକରେ ଆୟୋଜିତ ହୋଇଥିଲା, ଯେଉଁଥିରେ ଅଧିକ ସିନେମା ପ୍ରଦର୍ଶନ, ସେଲିବ୍ରିଟି ସାକ୍ଷାତ୍କାର ଓ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ଯାହା ଓଡ଼ିଶାର ଏକ ପ୍ରତୀକ୍ଷିତ ଫିଲ୍ମ ଫେଷ୍ଟିଭାଲ୍ ମାନଙ୍କ ମଧ୍ୟରେ ଅନ୍ୟତମ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

India-UK Free Trade Update:ଏପ୍ରିଲରେ କାର୍ଯ୍ୟକାରୀ ହୋଇପାରେ ଏହି ଐତିହାସିକ ଚୁକ୍ତିନାମା

February 15, 2026

ପଞ୍ଜାବରେ ବିଜେପିକୁ ବଡ଼ ଝଟକା: ଅକାଳି ଦଳରେ ଯୋଗଦେଲେ ପ୍ରଦେଶ ଉପାଧ୍ୟକ୍ଷ

February 15, 2026

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026

IND vs PAK ମ୍ୟାଚ୍ ପାଇଁ ଶ୍ରୀଲଙ୍କାରୁ ଆସିଲା ଖୁସି ଖବର: ଜାଣନ୍ତୁ ଖେଳ ସମୟରେ କିପରି ରହିବ ପାଗ?

February 15, 2026
Latest News

India-UK Free Trade Update:ଏପ୍ରିଲରେ କାର୍ଯ୍ୟକାରୀ ହୋଇପାରେ ଏହି ଐତିହାସିକ ଚୁକ୍ତିନାମା

February 15, 2026

ପଞ୍ଜାବରେ ବିଜେପିକୁ ବଡ଼ ଝଟକା: ଅକାଳି ଦଳରେ ଯୋଗଦେଲେ ପ୍ରଦେଶ ଉପାଧ୍ୟକ୍ଷ

February 15, 2026

“ଆମେରିକା ବାଣିଜ୍ୟ ଚୁକ୍ତି ନାମରେ ଭାରତୀୟ ଚାଷୀମାନଙ୍କୁ ବିଶ୍ୱାସଘାତକତା କରାଯାଇଛି”: ରାହୁଲ ଗାନ୍ଧୀ

February 15, 2026

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଆମେରିକାର ଦାବିର ଜବାବ ଦେଲେ ଏସ୍. ଜୟଶଙ୍କର

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.