110 ବର୍ଷ ଇତିହାସରେ ସର୍ବକନିଷ୍ଠ ଟୁର୍‌ ଡି ଫ୍ରାନ୍ସ ବିଜେତା ଏଗାନ୍‌ ବର୍ଣ୍ଣାଲ୍‌

Published: Jul 29, 2019, 11:36 am IST

ଟୁର୍‌ ଡି ଫ୍ରାନ୍ସର ନୂତନ ବିଜେତା ଭାବରେ ଉଭା ହୋଇଛନ୍ତି ଏଗାନ୍‌ ବର୍ଣ୍ଣାଲ । ପ୍ରଥମ କଲମ୍ବିଆ ଖେଳାଳି ଭାବରେ 22 ବର୍ଷୀୟ ବର୍ଣ୍ଣାଲ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ସହିତ ଟୁର୍‌ ଡି ଫ୍ରାନ୍ସ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବରେ ବିଜୟୀ ହେବାର ରେକର୍ଡ କରିଛନ୍ତି । ରବିବାର ଟୁର୍‌ ଡି ଫ୍ରାନ୍ସର 21 ତମ ଷ୍ଟେଜ୍‌ରେ ଅଷ୍ଟ୍ରେଲିଆର କାଲେବ୍‌ ଏଓ୍ବାନ୍‌ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ବର୍ଣ୍ଣାଲ । ନିଜ ଦଳୀୟ ସାଥୀ ତଥା ଡିଫେଣ୍ଡିଂ ଚାମ୍ପିୟନ୍‌ ଗେରାଣ୍ଟ ଥୋମାସ୍‌ଙ୍କୁ 1.11 ସେକେଣ୍ଡରେ ପଛରେ ପକାଇଥିଲେ ବର୍ଣ୍ଣାଲ । ନେଦରଲ୍ୟାଣ୍ଡର ଷ୍ଟିଭେନ କ୍ରୁଜିସ୍ବିକ୍‌ 1.31 ସେକେଣ୍ଡ ପଛରେ ରହି ତୃତୀୟ ସ୍ଥାନରେ ରହିଥିଲେ ।

Related posts