Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଶ ହଜାର ସ୍କୁଲକୁ ଲାଇଭ ଯୋଡିଲା ଅଟଳ ଇନୋଭେସନ ମିଶନ
ଆଜିର ଖବର

ଦଶ ହଜାର ସ୍କୁଲକୁ ଲାଇଭ ଯୋଡିଲା ଅଟଳ ଇନୋଭେସନ ମିଶନ

August 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସାମୂହିକ ଇନୋଭେସନର ପ୍ରଦର୍ଶନ ସ୍ୱରୂପ ଅଟଳ ଇନୋଭେସନ ମିଶନ (ଏଆଇଏମ), ନିତି ଆୟୋଗ ଦ୍ୱାରା ମଙ୍ଗଳବାର ଦିନ ଏକ ମେଗା ଟିଙ୍କରିଂ ଡେ ଶୁଭାରମ୍ଭ କରାଯାଇଛି । ସ୍କୁଲ ସମ୍ବନ୍ଧିତ ଭାରତର ଏହି ସର୍ବବୃହତ ଟିଙ୍କରିଂ କାର୍ଯ୍ୟକ୍ରମ ଦ୍ୱାରା ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଭିତରୁ ଦଶ ହଜାର ଅଟଳ ଟିଙ୍କରିଂ ଲାବ (ଏଟିଏଲ)ର ପିଲାମାନଙ୍କୁ ଏକାଠି କରାଯାଇ ପାରିଛି।

ଏହି କାର୍ଯ୍ୟକ୍ରମ ଜରିଆରେ ଉଭୟ ଭର୍ଚୁଆଲ ମାଧ୍ୟମରେ ଓ ସ୍କୁଲରେ ପ୍ରାୟ ୯୪୬୭ ଏଟିଏଲର ୪୭୩୩୫୦ ପିଲା ଲାବରେ ବ୍ୟବହୃତ ନିତିଦିନିଆ ସାମଗ୍ରୀକୁ ନେଇ ଡିଆଇବାଇ ଭାକ୍ୟୁମ କ୍ଲିନର ତିଆରି କରିଥିଲେ। କାର୍ଯ୍ୟକ୍ରମରେ ଅନଲାଇନ ଷ୍ଟ୍ରିମ ଦ୍ୱାରା ପ୍ରେରିତ ହୋଇ ପିଲାମାନେ ବୈଜ୍ଞାନିକ ତତ୍ୱକୁ ଜାଣିପାରିବାରେ ସଫଳ ହୋଇଥିଲେ। ଲେହ, ଲଦାଖ, କାରଗିଲ, କାଶ୍ମୀର ପରି ରାଜ୍ୟ ଓ ଆସ୍ପିରେସନାଲ ଜିଲ୍ଲାର ସମ୍ପୂର୍ଣ୍ଣ ଗ୍ରାମାଂଚଳର ପିଲାମାନେ ବିରୁଧୁନଗର, ଉତର-ପୂର୍ବ ରାଜ୍ୟ ମଣିପୁର, ମିଜୋରାମ, ଅରୁଣାଚଳ ପ୍ରଦେଶ, କନ୍ୟାକୁମାରୀ ପରି ଦକ୍ଷିଣାଂଚଳ, ଭୁଜ, କୁଚ ପରି ପଶ୍ଚିମାଂଚଳର ପିଲାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାରା ଦେଶର ପିଲାମାନଙ୍କୁ ଗୋଟିଏ ଭାକ୍ୟୁମ କ୍ଲିନର ତିଆରି କରିବାକୁ ଏଆଇଏମ ଟିମ ବି ସହଯୋଗ କରିଥିଲା।

ଭାରତର ଶିକ୍ଷା ଓ ଇନୋଭେସନ କ୍ଷେତ୍ରରେ ଏପ୍ରକାର ଅଭିଳଷିତ ଅଭିଯାନ ଏକ ମାଇଲଖୁମ୍ବ। ତୃଣମୂଳସ୍ତରୀୟ ଇନୋଭେସନ ଓ ମିଳିତ ଶିକ୍ଷାକୁ ଏହା ପ୍ରଦର୍ଶନ କରୁଛି।

ନିତି ଆୟୋଗର ଅଟଳ ଇନୋଭେସନ ମିଶନ ନିର୍ଦ୍ଦେଶକ ଦୀପକ ବାଗଲା ଏହି ଅବସରରେ କହିଥିଲେ ଯେ ଏହା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଲକ୍ଷ୍ୟର ଏକ ଉପକ୍ରମ। ଜାତୀୟ ରୂପାନ୍ତରୀକରଣ କ୍ଷେତ୍ରରେ ଇନୋଭେସନ ଓ ଯୁବକମାନେ ଗୋଟିଏ ଡ୍ରାଇଭିଂ ଫୋର୍ସ। ତୃଣମୂଳସ୍ତରୀୟ ପ୍ରତିଭା ପ୍ରଦର୍ଶନରେ ମେଗା ଟିଙ୍କରିଂ ଦିବସ ୨୦୨୫ ହେଉଛି ଏକ ମାଇଲଖୁମ୍ବ । ଏହି ଲାଇଭ କାର୍ଯ୍ୟକ୍ରମରେ ଦଶ ହଜାର ଅଟଳ ଟିଙ୍କରିଂ ଲାବ ଏକାଠି ହେବାର ଅବକାଶ ଆସିଥିଲା । ସାରା ଦେଶର ହଜାର ହଜାର ପିଲା ନିଜ ଇନୋଭେସନ ଦେଖାଇବାରେ ସଫଳ ହୋଇଥିଲେ । ସମଗ୍ର ବିଶ୍ୱରେ ସ୍କୁଲର ଇକୋ ସିଷ୍ଟମ ଭିତରେ ଇନୋଭେସନ ପ୍ରଦର୍ଶନ କରିବାରେ ଭାରତ ହେଉଛି ପ୍ରଥମ । ଯୁବ ମସ୍ତିଷ୍କ ସୁଦକ୍ଷ ହେଲେ ଆମ ଦେଶ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏହା ହିତକର । ଆଜି କ୍ଲାସରୁମରେ ଆମ ଭବିଷ୍ୟତ ନିର୍ମିତ ହେଉଛି ।

ପ୍ରତିଷ୍ଠା ହେବା ଦିନଠାରୁ ôସ୍କୁଲଗୁଡିକରେ ପ୍ରାୟ ଦଶ ହଜାର ଏଟିଏଲ ଏଆଇଏମ ସୃଷ୍ଟି କରିଛି । ଥ୍ରୀଡି ପ୍ରିଂଟର୍ସ, ରୋବୋଟିକ୍ସ କିଟସ, ଆଇଓଟି ଯନ୍ତ୍ରପାତି ଓ ଆହୁରି ଅନେକ କିଛି ଏହି ଏଟିଏଲ ଲାବଗୁଡିକରେ ଉପଲବ୍ଧ । ମଧ୍ୟରୁ ଉଚ୍ଚ ପର୍ଯ୍ୟନ୍ତ ସ୍କୁଲ ପିଲାମାନଙ୍କୁ ଏହି ଲାବ ଆଧୁନିକ ପ୍ରଯୁକ୍ତି ବିଦ୍ୟା ପହଂଚାଇ ବାସ୍ତବ ଦୁନିଆ ସମସ୍ୟା ସମାଧାନ କରିବାର ଦକ୍ଷତା ପ୍ରତିପାଳନ କରୁଛି ।

ଏହି ମେଗା ଟିଙ୍କରିଂ ଦିବସ କେବଳ ଏକ ପ୍ରକଳ୍ପ ନିର୍ମାଣ ଦିନ ନୁହେଁ । ବରଂ ଏହା ଏକ ଜାତୀୟ ଇନୋଭେସନ ଅଭିଯାନ । ଆଗାମୀ ଶିକ୍ଷାବର୍ଷ ପାଇଁ ବିଭିନ୍ନ ଟିଙ୍କରି କାର୍ଯ୍ୟକ୍ରମ ପାଇଁ ଏହା ଏକ ଲଂଚପ୍ୟାଡ । ସାରା ଦେଶର ଛାତ୍ର, ଶିକ୍ଷକ, ଉଚ୍ଚଶିକ୍ଷା ଅନୁଷ୍ଠାନ, ଶିଳ୍ପ ଅଂଶୀଦାରମାନଙ୍କ ପାଇଁ ଏହା ଏକ ମିଳିତ କାର୍ଯ୍ୟକ୍ରମ ।
ଏପରି କାର୍ଯ୍ୟକ୍ରମ ଦେଶର ଭବିଷ୍ୟତକୁ ନିର୍ମାଣ କରୁଥିବା ସୃଜନ ଚିନ୍ତକ, ଇନୋଭେଟରସ, ଶିଳ୍ପପତିମାନଙ୍କୁ ଖୋରାକ ଦେଇଛି । ଆଗାମୀ ପିଢି ଦ୍ୱାରା ଏଇଠି ଓ ଏବେ ଭବିଷ୍ୟତ ନିର୍ମାଣ ହେଉଛି ।

ଅଟଳ ଇନୋଭେସନ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.