ଭୁବନେଶ୍ଵର: ଭାରତୀୟ ନୌସେନା ଚିଲିକା ୟୁନିଟ ପକ୍ଷରୁ କିଟ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶାତ୍ମକବୋଧ ବାଦ୍ୟ ଯନ୍ତ୍ର ପରିବେଷଣ କରାଯାଇଛି। ଅପେରସନ ସିନ୍ଦୂର ସଫଳତାକୁ ଆଧାର କରି ଏହି ବାଦ୍ୟଯନ୍ତ୍ର ପରିବେଷଣ କରାଯାଇଥିଲା। ନାଭାଲ ୟୁନିଟ ପକ୍ଷରୁ ବିଭିନ୍ନ ପ୍ରକାର ଯୁଦ୍ଧ ଜାହାଜ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।
ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ଓଡ଼ିଶା ନାଭାଲ ଇନଚାର୍ଜ କମୋଡର ବି. ଦୀପକ ଅନିଲଙ୍କ ସମେତ ନୌ ସେନାର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଏନସିସି କ୍ୟାଡେଟଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।