Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚାୟତରେ ବ୍ୟବହାର ହେବ ଏଆଇ ପ୍ରଯୁକ୍ତି: ‘ସଭାସାର’ର ଶୁଭାରମ୍ଭ କରିବ ପଞ୍ଚାୟତିରାଜ ମନ୍ତ୍ରଣାଳୟ
ଆଜିର ଖବର

ପଞ୍ଚାୟତରେ ବ୍ୟବହାର ହେବ ଏଆଇ ପ୍ରଯୁକ୍ତି: ‘ସଭାସାର’ର ଶୁଭାରମ୍ଭ କରିବ ପଞ୍ଚାୟତିରାଜ ମନ୍ତ୍ରଣାଳୟ

August 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଞ୍ଚାୟତିରାଜ ମନ୍ତ୍ରଣାଳୟ ‘ସଭାସାର’ ନାମକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳିତ ବୈଠକ ସାରାଂଶ ଉପକରଣ ଶୁଭାରମ୍ଭ କରିବାକୁ ଯାଉଛି। ଗ୍ରାମ ସଭା କିମ୍ବା ଅନ୍ୟ ପଞ୍ଚାୟତ ବୈଠକର ଅଡିଓ ଏବଂ ଭିଡିଓ ରେକର୍ଡିଂରୁ ସ୍ୱୟଂଚାଳିତ ଭାବେ ବୈଠକ ବିବରଣୀ ପ୍ରସ୍ତୁତ କରିବା ଲାଗି ଏହାକୁ ଡିଜାଇନ କରାଯାଇଛି।

ଆଜି ଅର୍ଥାତ୍ ୧୪ ଅଗଷ୍ଟ ଗୁରୁବାର ଦିନ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, ମାନ୍ୟବର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି.ସିଂହ ବାଘେଲ, ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଏବଂ ଗଣମାଧ୍ୟମର ଉପସ୍ଥିତିରେ ଏହି ଉପକରଣର ଶୁଭାରମ୍ଭ କରାଯିବ।
.
ସଭାସାର କଥିତ ଆଲୋଚନାକୁ ଲିପିବଦ୍ଧ କରିବା, ମୁଖ୍ୟ ନିଷ୍ପତ୍ତି ଓ କାର୍ଯ୍ୟ ବିନ୍ଦୁଗୁଡ଼ିକୁ ଚିହ୍ନଟ କରିବା ଏବଂ ଭଲ ଭାବରେ ପ୍ରସ୍ତୁତ ହୋଇଥିବା ବୈଠକ ବିବରଣୀ ପ୍ରସ୍ତୁତ କରିବା ପାଇଁ ଉନ୍ନତ ଏଆଇ ଓ ନେଚୁରାଲ ଲାଙ୍ଗୁଏଜ୍ ପ୍ରୋସେସିଂ (ଏନଏଲପି) ପ୍ରଯୁକ୍ତି ବ୍ୟବହାର କରେ। ଭାରତ ସରକାରଙ୍କ ଜାତୀୟ ଭାଷା ଅନୁବାଦ ମିଶନ, ‘ଭାଷିନୀ’ ସହିତ ସମନ୍ୱିତ ଏହି ଉପକରଣ ବର୍ତ୍ତମାନ ୧୩ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି । ଏହା ଭାଷାଗତ ପୃଷ୍ଠଭୂମିରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପାଇଁ ସମାବେଶୀତା ଏବଂ ସୁଗମତା ସୁନିଶ୍ଚିତ କରେ। ଆଗାମୀ ଦିନରେ ସମର୍ଥିତ ଭାଷା ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ପଞ୍ଚାୟତିରାଜ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ୧୫ ଅଗଷ୍ଟ ୨୦୨୫ରେ ହେବାକୁ ଥିବା ସ୍ୱତନ୍ତ୍ର ଗ୍ରାମସଭା ପାଇଁ ବୈଠକର ବିବରଣୀ ପ୍ରସ୍ତୁତ କରିବା ନିମନ୍ତେ ସଭାସାର ଟୁଲ୍ ବା ଉପକରଣ ବ୍ୟବହାର କରିବାକୁ ଅନୁରୋଧ କରିଛି। ପ୍ରଥମ ପଦକ୍ଷେପ ସ୍ୱରୂପ ତ୍ରିପୁରାର ସମସ୍ତ ୧୧୯୪ ଗ୍ରାମ ପଞ୍ଚାୟତ (ପାରମ୍ପରିକ ସ୍ଥାନୀୟ ସଂସ୍ଥା ସମେତ) ଏହି ସ୍ୱତନ୍ତ୍ର ଗ୍ରାମସଭାର ବିବରଣୀ ପ୍ରସ୍ତୁତ କରିବା ଲାଗି ଏହି ଉପକରଣ ବ୍ୟବହାର କରିବେ। ଏହା ପଞ୍ଚାୟତଗୁଡ଼ିକର କାମକୁ ସହଜ କରିବା ସହିତ ପଞ୍ଚାୟତିରାଜ ମନ୍ତ୍ରଣାଳୟକୁ ଏହି ଉପକରଣକୁ ଅଧିକ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରିବ।
ଏହି ପଦକ୍ଷେପ ସମାବେଶୀ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ସ୍ଥାନୀୟ ପ୍ରଶାସନରେ ଦକ୍ଷତା ବୃଦ୍ଧି କରିବା ପାଇଁ ଡିଜିଟାଲ୍ ନବସୃଜନକୁ ଉପଯୋଗ କରିବା କ୍ଷେତ୍ରରେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ସଭାସାର ମାନୁଆଲ୍ ଡକ୍ୟୁମେଣ୍ଟେସନ୍ ପାଇଁ ଆବଶ୍ୟକ ସମୟ ଏବଂ ପ୍ରୟାସକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ। ଏତଦବ୍ୟତୀତ ସ୍ୱଚ୍ଛତା ଓ ଦାୟିତ୍ୱ ସୁନିଶ୍ଚିତ କରିବା ସହିତ ଶାସନ ଓ ସେବା ପ୍ରଦାନ ଉପରେ ଧ୍ୟାନ ଦେବାକୁ ପଞ୍ଚାୟତ ଅଧିକାରୀମାନଙ୍କୁ ସକ୍ଷମ କରିବ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପଞ୍ଚାୟତିରାଜ ମନ୍ତ୍ରଣାଳୟ ରାଜୀବ ରଞ୍ଜନ ସିଂହ ଲଲନ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପଥ ସଂଚାଳନ କାର୍ଯ୍ୟକ୍ରମ

October 20, 2025

ଜାଣନ୍ତୁ ଅକ୍ଟୋବର ୨୦ ତାରିଖ ସୋମବାରର ରାଶିଫଳ, କଣ ରହିଛି ଆଜିର ଭାଗ୍ୟଫଳ

October 20, 2025

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

October 19, 2025

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

October 19, 2025
Latest News

ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପଥ ସଂଚାଳନ କାର୍ଯ୍ୟକ୍ରମ

October 20, 2025

ଜାଣନ୍ତୁ ଅକ୍ଟୋବର ୨୦ ତାରିଖ ସୋମବାରର ରାଶିଫଳ, କଣ ରହିଛି ଆଜିର ଭାଗ୍ୟଫଳ

October 20, 2025

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

October 19, 2025

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

October 19, 2025

ଇସ୍ତଫା ଦେବେ ଅଜିତ ଅଗରକର, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ କି ରବି ଶାସ୍ତ୍ରୀ?

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.