ଜମାରାଶି ଉପରେ ସୁଧହାର ହ୍ରାସ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଅଗଷ୍ଟ 1 ତାରିଖରୁ ଏହି ନୂତନ ସୁଧହାର ଲାଗୁ କରାଯିବ ବୋଲି ଜଣାପଡିଛି । ଉଭୟ ରିଟେଲ ଏବଂ କର୍ପୋରେଟ୍ ଜମା ଉପରେ ଏହା ଲାଗୁ କରାଯିବ ବୋଲି ଏସ୍ବିଆଇ ପକ୍ଷରୁ କୁହାଯାଇଛି । ରିଟେଲ ଜମା ଉପରେ 20 ବିପିଏସ୍ ହ୍ରାସ କରାଯାଇଥିବା ବେଳେ କର୍ପୋରେଟ୍ ଜମା ଉପରେ 35 ବିପିଏସ୍ ହ୍ରାସ କରାଯାଇଛି । 179 ଦିନରୁ କମ୍ ଦିନର ଜମା ଉପରେ ସୁଧହାରରେ 50ରୁ 75 ବିପିଏସ୍ ହ୍ରାସ କରାଯାଇଛି । ରିପୋର୍ଟ ଅନୁଯାୟୀ 2 କୋଟିରୁ କମ୍ ଜମାରାଶି ଉପରେ ପୂର୍ବରୁ 7 ପ୍ରତିଶତ ସୁଧ ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ 6.8 ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି 2-3 ବର୍ଷ ମଧ୍ୟରେ ଜମାରାଶି ନିମନ୍ତେ ସୁଧହାର 6.70 କୁ ହ୍ରାସ କରାଯାଇଛି ।