ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା । ରସଗୋଲା ଲଢେଇରେ ଓଡ଼ିଶା ବାଜିମାତ୍ କରିଛି । ପୂର୍ବରୁ ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ଲଢେଇ ହୋଇଥିଲା । ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ୍ ପକ୍ଷରୁ ମିଳିଲା ମାନ୍ୟତା । ଜିଆଇ ମାନ୍ୟତା ନେଇ ଚେନ୍ନାଇ ଜିଆଇ ରେଜିଷ୍ଟ୍ରାର୍ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ଲଢେଇରେ ଓଡ଼ିଶାର ବଡ଼ ବିଜୟ ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ରହିଛି ରସଗୋଲା । ଶ୍ରୀଜଗନ୍ନାଥଙ୍କ ନବଦିନବ୍ୟାପୀ ରଥଯାତ୍ରା ପରେ ନୀଳାଦ୍ରି ବିଜେ ସମୟରେ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ହୋଇଥାଏ ।