Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଶ୍ଚର୍ଯ୍ୟ!!!: ମନ୍ଦିରରେ ରହୁଥିବା ଲୋକକୁ ନର୍କପ୍ରାପ୍ତ, କିନ୍ତୁ ବେଶ୍ୟା ଗୃହରେ ରହିଲେ ମୋକ୍ଷ ପ୍ରାପ୍ତ, କେମିତି?
ଆଜିର ଖବର

ଆଶ୍ଚର୍ଯ୍ୟ!!!: ମନ୍ଦିରରେ ରହୁଥିବା ଲୋକକୁ ନର୍କପ୍ରାପ୍ତ, କିନ୍ତୁ ବେଶ୍ୟା ଗୃହରେ ରହିଲେ ମୋକ୍ଷ ପ୍ରାପ୍ତ, କେମିତି?

August 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଶ୍ଚର୍ଯ୍ୟ!!!: ମନ୍ଦିରରେ ରହୁଥିବା ଲୋକକୁ ନର୍କପ୍ରାପ୍ତ

ଉପେନ୍ଦ୍ର ବଳିୟାରସିଂହ

ଶାରୀରିକ ତ୍ୟାଗ ତ ଜୀବ ତୁରନ୍ତ କରିପାରେ। କିନ୍ତୁ ମାନସିକ ତ୍ୟାଗ କରିବା ବଡ କଠିନ ଅଟେ। ମାନସିକ ତ୍ୟାଗ ନକରି, କେବଳ ଶାରୀରିକ ତ୍ୟାଗ କଲେ, ଦମ୍ଭୀ ବୋଲି ଗଣା ହୁଏ। ମାନସିକ ତ୍ୟାଗ ହିଁ ମୁଖ୍ୟ ଅଟେ। ଶରୀର ଯେଉଁଠି ବି ଥାଉ, କିନ୍ତୁ ମନ କେବେ ହେଲେ ଇଶ୍ଵରଙ୍କ ଠାରୁ ଦୂରରେ ନରହିବା ଉଚିତ।

ବୃତ୍ତ ଓ ଅବୃତ୍ତ ନାମକ ଦୁଇ ସାଧୁଙ୍କ ଦୃଷ୍ଟାନ୍ତ ଦେଖନ୍ତୁ…

ସେ ଦୁଇଜଣ ଯାତ୍ରା କରୁଥିଲେ। ପ୍ରୟାଗରାଜ ଆଡକୁ ଯାଇଥିଲେ। ଜନ୍ମାଷ୍ଟମୀ ଥିଲା। ତେଣୁ ବେଣୀମାଧବଙ୍କ ଦର୍ଶନ କରିବା ପାଇଁ ଚାହୁଁଥିଲେ। ଚାଲିଚାଲି ରାତି ହେଇଗଲା, ଥକି ଯାଇଥିଲେ। ଏକ ବେଶ୍ୟାଗୃହ ପାଖରେ ପହଞ୍ଚିଲେ।

ଅବୃତ୍ତ କହିଲା, “ଜୋରଦାର ବର୍ଷା ହେଉଛି। ଅନ୍ଧକାର ହେଇଛି, ରାସ୍ତା ଦେଖାଯାଉନାହିଁ। ଏବଂ ମୁଁ ମଧ୍ୟ ଥକି ଗଲାଣି, ତେଣୁ ମୁଁ ଏହି ଘରେ ହିଁ ରହିଯିବି। ତୋର ଯଦି ଯିବାର ଅଛି, ତୁ ଯା’।

ବୃତ୍ତ ଭାବିଲା, ଏହାର ମନ ବୋଧ ହୁଏ ବିଗିଡିଗଲାଣି। ମୁଁ ଏଠାରେ କେବେ ହେଲେ ରହିପାରିବି ନାହିଁ। ସେ ଚାଲିଗଲା ଏବଂ ପ୍ରୟାଗରାଜର ଏକ ମନ୍ଦିରରେ ବିଶ୍ରାମ କଲା।

ଅବୃତ୍ତ ବେଶ୍ୟା ଗୃହରେ ଥିଲା, କିନ୍ତୁ ସେ ବି ଅନୁତାପ କରିବାକୁ ଲାଗିଲା। ସେ ନିଜକୁ ନିଜେ ଧିକ୍କାର କଲା, ମୁଁ କେଡେ ଚଣ୍ଡାଳ ହତଭାଗ୍ୟ ଅଟେ ଯେ, ଜନ୍ମାଷ୍ଟମୀ ଦିନରେ ମୁଁ ମନ୍ଦିର ଭିତରେ ବିଶ୍ରାମ ନକରି ଏଠାରେ ଆସି ରହିଲି। ମୋର ମିତ୍ର କେତେବଡ ଭାଗ୍ୟଶାଳୀ ଯେ, ସେ ବର୍ତ୍ତମାନ ପ୍ରଭୁଙ୍କ ମୁଖାରବିନ୍ଦ ଦର୍ଶନ କରୁଥିବ।

ସେଠାରେ ଭଜନ କୀର୍ତ୍ତନ ଆରତୀ ବନ୍ଦନା ହେଉଥିବ। କେଡେ ଭବ୍ୟ ଓ ପବିତ୍ର ହୋଇଥିବ ସେ ଦୃଶ୍ୟ। ଏହିପ୍ରକାର ବେଶ୍ୟା ଗୃହରେ ଥିଲା ସତ, କିନ୍ତୁ ତାହାର ମନ ତ ବେଣୀମାଧବଙ୍କ ପାଖରେ ଥିଲା। ବଡ ତନ୍ମୟତାର ସହ ମନକୁ ମନ ଜନ୍ମାଷ୍ଟମୀର ପବିତ୍ର ପ୍ରସଙ୍ଗ ସ୍ମରଣ କରୁଥିଲା।

ଏଣେ ମନ୍ଦିରରେ ବୃତ୍ତ ମଧ୍ୟ ପଶ୍ଚାତାପ କରୁଥିଲା। କାରଣ ସେ ଭାବୁଥିଲା, ଏତେ କଷ୍ଟ ସହ୍ୟ କରି ଏଠାକୁ କାହିଁକି ବିଶ୍ରାମ ନେବାକୁ ଆସିଥିଲି। ସେଠାରେ ମୋର ମିତ୍ର ଅବୃତ୍ତ ସୌନ୍ଦର୍ଯ୍ୟବତୀ ବେଶ୍ୟା ସହ କ୍ରିଡା କରୁଥିବ। ଏବଂ ମୁଁ ଏ ଜନଗହଳୀ ଭିତରେ ପେଶୀ ହୋଇଯାଉଛି। କେଡେ ଭାଗ୍ୟଶାଳୀ ମୋର ମିତ୍ର। ତାହାର ଅନ୍ତର ଉତ୍ସବରେ ତ ଲାଗୁନଥିଲା। ତାକୁ ବେଶ୍ୟାର ସୌନ୍ଦର୍ଯ୍ୟର ଦୃଶ୍ୟ ସ୍ମରଣ ହେଉଥିଲା। ତାହାର ଶରୀର ମନ୍ଦିର ଭିତରେ ଥିଲା, କିନ୍ତୁ ମନ ବେଶ୍ୟା ପାଖରେ ଥିଲା।

ଅବୃତ୍ତକୁ ମୋକ୍ଷପ୍ରାପ୍ତ ହେଲା ଏବଂ ବୃତ୍ତକୁ ନରକ। ଅବୃତ୍ତକୁ ନେବାକୁ ଭଗବାନ ବିମାନ ପଠାଇଲେ। କାରଣ ଶରୀର ଯଦିଓ ସେ ବେଶ୍ୟା ଗୃହରେ ଥିଲା, କିନ୍ତୁ ମନ ବେଣୀମାଧବଙ୍କ ପାଖରେ ଥିଲା।

ବୃତ୍ତ ମନ୍ଦିରରେ ତ ଥିଲା, କିନ୍ତୁ ସେ ବାସନା ସୁଖର ଚିନ୍ତନ କରୁଥିଲା। ତେଣୁ ତାକୁ ନରକ ପ୍ରାପ୍ତ ହେଲା।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା।

ଯୋଗାଯୋଗ ସଂଖ୍ୟା: ୯୩୩୭୨୫୮୩୯୮

ଉପେନ୍ଦ୍ର ବଳିୟାରସିଂହ ନର୍କପ୍ରାପ୍ତ ବେଶ୍ୟା ମୋକ୍ଷ ପ୍ରାପ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଏସପିରୁ ବହିଷ୍କାର ହେବା ପରେମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ବିଧାୟକ ପୂଜା ପାଲ

August 17, 2025

ଏନଡିଏ ର ଉପରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ, ଆଜି ହୋଇପାରେ ଘୋଷଣା, ଚର୍ଚ୍ଚାରେ..

August 17, 2025

କେରଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବିଷୟରେ ଶଶି ଥରୁର କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଲେ ଇଙ୍ଗିତ

August 17, 2025

‘ମୁଁ ରାଷ୍ଟ୍ରପତି ଥିବା ଯାଏଁ ତାଇୱାନ ଉପରେ ଆକ୍ରମଣ କରିବ ନାହିଁ ଚୀନ’, ଟ୍ରମ୍ପ୍ ଙ୍କ ବଡ ଦାବି

August 17, 2025
Latest News

ଏସପିରୁ ବହିଷ୍କାର ହେବା ପରେମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ବିଧାୟକ ପୂଜା ପାଲ

August 17, 2025

ଏନଡିଏ ର ଉପରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ, ଆଜି ହୋଇପାରେ ଘୋଷଣା, ଚର୍ଚ୍ଚାରେ..

August 17, 2025

କେରଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବିଷୟରେ ଶଶି ଥରୁର କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଲେ ଇଙ୍ଗିତ

August 17, 2025

‘ମୁଁ ରାଷ୍ଟ୍ରପତି ଥିବା ଯାଏଁ ତାଇୱାନ ଉପରେ ଆକ୍ରମଣ କରିବ ନାହିଁ ଚୀନ’, ଟ୍ରମ୍ପ୍ ଙ୍କ ବଡ ଦାବି

August 17, 2025

ଭାରତରେ ଇଲେକ୍ଟ୍ରୋନିକ୍ସ ରପ୍ତାନିରେ ୪୭ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି, ମନ୍ତ୍ରୀ ପୀୟୁଷ ଗୋଏଲ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.