ଇଂଲିଶ ପ୍ରିମିୟର ଲିଗ୍ର ଶକ୍ତିଶାଳୀ ଦଳ ଲିଭରପୁଲ୍ ଆଶ୍ଚର୍ଯ୍ୟଜନକ ଭାବରେ ନାପୋଲି ନିକଟରୁ ପରାଜିତ ହୋଇଛି । ରବିବାର ଏଡିନ୍ବର୍ଗରେ ଅନୁଷ୍ଠିତ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ରେ ପରାଜିତ ହୋଇଛି ଲିଭରପୁଲ୍ । ନାପୋଲି ପକ୍ଷରୁ ଲରେଞ୍ଜୋ ଇନ୍ସିନେ, ଅର୍କାଡିଉଜ୍ ମିଲିକ୍ ଏବଂ ଆମିନ୍ ୟୁନେସ୍ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ଲିଭରପୁଲ୍ ମ୍ୟାନେଜର୍ ଜର୍ଗନ୍ କ୍ଲପ୍ ଏହି ମ୍ୟାଚ୍ ନିମନ୍ତେ ସମସ୍ତ 21 ଖେଳାଳିଙ୍କୁ ପଡିଆକୁ ଓହ୍ଲାଇଥିଲେ । ଆସନ୍ତା ସପ୍ତାହରେ ଦଳ ମାଞ୍ଚେଷ୍ଟର ସିଟି ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଏହା ଦଳ ପାଇଁ ଚିନ୍ତାର ବିଷୟ ରହିବ । ଏହାପରେ ଲିଭରପୁଲ୍ ବୋରୁସା ଡର୍ଟମୁଣ୍ଡ ଏବଂ ସେଭିଲ୍ଳା ବିପକ୍ଷରେ ଖେଳିବ ।