ଆଇଏଏସ୍ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କୁ ମିଳିଲା ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ଭି.କେ ପାଣ୍ଡିଆନ୍ ଏବେ 5T ସଚିବ ଭାବେ ନିଯୁକ୍ତି ପାଇଲେ । ପାଣ୍ଡିଆନ୍ଙ୍କୁ ନେଇ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚିତ ରହିଛନ୍ତି ଏହି ଆଇଏଏସ୍ ଜଣକ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇ ମଧ୍ୟ ରାଜ୍ୟ ରାଜନୀତିରେ ତାଙ୍କର ଜୋର୍ ସବୁଠୁ ଅଧିକ ବୋଲି ବିରୋଧୀ ସବୁ ବେଳେ ଅଭିଯୋଗ କରୁଛନ୍ତି । ଚଳିତ ଥର ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T ମନ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ତାଗିଦ୍ କରି ଆସିଛନ୍ତି । ଏବେ ଏହାର କାର୍ଯ୍ୟକାରିତା ଉପରେ ନଜର ରଖିବେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ 5T ସଂପର୍କିତ ସମୀକ୍ଷା କରିବେ ଭି.କେ. ପାଣ୍ଡିଆନ ।