ଭୁବନେଶ୍ଵର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଷ୍ଟାଦଶ ବଳିଦାନ ଦିବସ ଉପଲକ୍ଷେ ଭୁବନେଶ୍ବରରେ ଏକ ବିଶାଳ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣଦୌଡ଼ରେ ସାଧୁସନ୍ଥଙ୍କ ସହ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ, ଯୁବ ବିଜେପି ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଗଣଦୌଡ଼ରେ ସାମିଲ ହୋଇ ଯୁବବର୍ଗଙ୍କୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।
ଏହି ଗଣଦୌଡ଼ ପ୍ରଦର୍ଶନୀ ପଡ଼ିଆରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଦେଇ ପୁଣିଥରେ ପ୍ରଦର୍ଶନୀ ପଡ଼ିଆଠାରେ ପହଞ୍ଚିଥିଲା। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀଙ୍କୁ ଧରିବା ଲାଗି ଯାହା ଆବଶ୍ୟକ ସେ ଦିଗରେ ସରକାର ପଦକ୍ଷେପ ନେବେ ବୋଲି ରାଜନେତାମାନେ କହିଥିଲେ।