କେଜିଏଫ୍-2ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ସଞ୍ଜୟ ଦତ୍ତଙ୍କ ଜନ୍ମଦିନ ଅବସରରେ ସଞ୍ଜୟଙ୍କ ଚରିତ୍ର ଅଧୀରାର ଫାଷ୍ଟ ଲୁକ୍ ଜାରି କରାଯାଇଛି । କେଜିଏଫ୍-1ର ମୁଖ୍ୟ ଅଭିନେତା ୟଶ୍ ଫିଲ୍ମର ଫାଷ୍ଟଲୁକ୍ ପୋଷ୍ଟର ସେୟାର କରିଛନ୍ତି । 60 ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଖଳନାୟକର ଏହି ଅଭିନେତା ବର୍ତ୍ତମାନ ମଧ୍ୟ ନିଜର ଶ୍ରେଷ୍ଠ ଅଭିନୟ ପ୍ରଦର୍ଶନ କରୁଛନ୍ତି ବୋଲି ୟଶ୍ ଟ୍ବିଟ୍ କରିଛନ୍ତି । ଏହାପରେ ୟଶ୍ଙ୍କୁ ଧନ୍ୟବାଦ ଜଣାଇ ଏକ ଟ୍ବିଟ୍ କରିଥିଲେ ସଞ୍ଜୟ ଦତ୍ତ । ଫିଲ୍ମର ହିନ୍ଦି ରାଇଟ୍ସ କିଣିଥିବା ଫରହାନ୍ ଅଖ୍ତର ମଧ୍ୟ ସଞ୍ଜୟ ଦତ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଫିଲ୍ମ ବ୍ୟତିତ ଟୋରବାଜ୍, ପ୍ରସାନ୍ଥମ, ପାନିପତ, ସଡକ୍-2 ଏବଂ ଭୁଜ୍ – ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ନଜର ଆସିବାକୁ ଯାଉଛନ୍ତି ସଞ୍ଜୟ ଦତ୍ତ ।