ବାଲୁଗାଁ: ଗାଧୋଇବା ବେଳେ କଂସାରୀ ନଈରେ ଯୁବକ ଭାସି ଯାଇଛନ୍ତି। ବାଲୁଗାଁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି। ଆଜି ସକାଳୁ ବାଲୁଗାଁ ଥାନା ବାଙ୍କିଆପଲ୍ଲୀ ଗାଁ ର ଯୁବକ ଆଶୀର୍ବାଦ ବେହେରା ତାଙ୍କ ସାଙ୍ଗ ମାନଙ୍କ ସହ ନଈକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ବଶତଃ ଆଶୀର୍ବାଦ ଉଛୁଳା ପାଣିରେ ଭାସିଯାଇଥିଲେ। ଅନ୍ୟ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥଲେ ମଧ୍ୟ୍ୟ ଉଦ୍ଧାର କରିପାରି ନଥିଲେ। ପରେ ଅଗ୍ନିଶମ ବାହିନୀଙ୍କୁ ଖବର କରିଥିଲେ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି ଅଗ୍ନିଶମ ବାହିନୀ। ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ମଧ୍ୟ ପହଞ୍ଚିଛି।
