ଅଧିନାୟକ ଭାବରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆତ୍ମସମୀକ୍ଷା ଆବଶ୍ୟକ ବୋଲି ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ମତ ଦେଇଛନ୍ତି । ମିଡ୍ଡେ ପାଇଁ ଏହି ପୂର୍ବତନ ଲିଟିଲ ମାଷ୍ଟର ଲେଖିଥିବା ନିବନ୍ଧରେ କୋହଲିଙ୍କ ଅଧିନାୟକତ୍ବକୁ ସମାଲୋଚନା କରିଛନ୍ତି । ବିଶ୍ବକପ୍ ବିଫଳତା ପରେ କୋହଲି ନିଜର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ଗାଭାସ୍କର ମତ ଦେଇଥିଲେ । ସେହିପରି ଚୟନକର୍ତ୍ତାଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଗାଭାସ୍କର । ଓ୍ବିଣ୍ଡିଜ୍ ଗସ୍ତ ନିମନ୍ତେ କୋହ୍ଲିଙ୍କୁ ଅଧିନାୟକ ଚୟନ କରିଥିବାରୁ ଗାଭାସ୍କର ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି । ଚୟନକର୍ତ୍ତା ଅଧିନାୟକ ଚୟନ କରିବା ପୂର୍ବରୁ ଏକ ବୈଠକ ନବସାଇବା ଭାରତୀୟ କ୍ରିକେଟ ନିମନ୍ତେ ଅତ୍ୟନ୍ତ ପରିତାପର ବିଷୟ ବୋଲି ଗାଭାସ୍କର କହିଛନ୍ତି ।