ରଣପୁର: ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ଅଭିଭାବକ-ଶିକ୍ଷକ ସମ୍ମିଳନୀ ସହିତ “ଆସ ସ୍କୁଲ ଯିବା” ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଅଭିଭାବକମାନେ, ଶିକ୍ଷକମାନେ ଓ ସ୍ଥାନୀୟଗଣ ସକ୍ରିୟ ଭାଗ ନେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷାରେ ଅଭିଭାବକମାନଙ୍କ ଭୂମିକା, ଶିଶୁମାନଙ୍କ ଶୈକ୍ଷିକ ପ୍ରଗତି, ଶିକ୍ଷାଳୟର ଶୃଙ୍ଖଳା ଓ “ସମସ୍ତେ ସ୍କୁଲକୁ ଆସିବା” ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ପରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ଛାତ୍ର, ଶିକ୍ଷକ, ଅଭିଭାବକ ଓ ଗାଁଲୋକେ ଉତ୍ସାହଭରିତ ଭାବେ ଭାଗ ନେଇଥିଲେ।
ଗାଁରେ ସ୍କୁଲ ଯିବାର ଗୁରୁତ୍ୱ ବାର୍ତ୍ତାକୁ ପ୍ରସାର କରି ସର୍ବଶିକ୍ଷାର ପ୍ରତିଶ୍ରୁତିକୁ ଆହୁରି ଦୃଢ଼ କରାଗଲା, ଯେପରିକି କୌଣସି ଛାତ୍ରଛାତ୍ରୀ ଅଧାରୁ ପାଠ ନ ଛାଡିବେ ସେଥିପ୍ରତି ଦୃଷ୍ଟି ଦେବା ପାଈଁ ସ୍ଥିର କରାଗଲା। ଏହି ଆୟୋଜନ ମାଧ୍ୟମରେ “ପ୍ରତ୍ୟେକ ଶିଶୁ ସ୍କୁଲକୁ ଆସନ୍ତୁ” ବାର୍ତ୍ତାକୁ ଲୋକମାନଙ୍କ ମନରେ ସ୍ଥାନ କରାଗଲା।