ଭୁବନେଶ୍ଵର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଡିଇସିଇ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକର ଉନ୍ମୋଚନ କରାଯାଇଛି। ଲୋକସେବା ଭବନ ଦ୍ୱିତୀୟ ମହଲାସ୍ଥିତ କନଫରେନ୍ସ ହଲ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଥିଲେ। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମକୁ ଓଡିଆରେ ପ୍ରଚଳନ କରିବା ପାଇଁ ଗତ ଜୁନ ୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।
ପୂର୍ବରୁ ଇଗ୍ନୋ ଦ୍ବାରା ଏହି ପାଠ୍ୟକ୍ରମ ଇଂରାଜୀ, ହିନ୍ଦୀ ଓ ତାମିଲ ଭାଷାରେ ପ୍ରଦାନ କରାଯାଉଥିଲା। ଏଣିକି ଏହା ଓଡିଆ ଭାଷାରେ ଉପଲବ୍ଧ ହେବ। ଏହି ପାଠ୍ୟକ୍ରମ ମାଧ୍ୟମରେ ବିଶେଷ ଭାବେ ବାଲ୍ ବାଟିକା ଓ ଅଙ୍ଗନବାଡିରେ କାର୍ଯ୍ୟ କରୁଥିବା କର୍ମୀ ଓ ପ୍ରଶିକ୍ଷକମାନେ ଉପକୃତ ହୋଇପାରିବେ।



