ଭୁବନେଶ୍ୱର: ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦନ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ସ୍ଥିତ ଦୂରୁବାଗ ଉଚ୍ଚ ପ୍ରାଥମିକ ଵିଦ୍ୟାଳୟ ଏବଂ କିରିପସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଶିବିର ଆୟୋଜନ ହୋଇଛି।
ଉକ୍ତ ଶିବିରରେ କମ୍ପାନୀ ମୋବାଇଲ ସ୍ୱାସ୍ଥ୍ୟ ୟୁନିଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଛାତ୍ରଛାତ୍ରୀଙ୍କୁ ଦାନ୍ତ ଯତ୍ନ, ଦାନ୍ତ ସଫେଇ କୌଶଳ ଓ ଦାନ୍ତ ସଫା ହେବ ଦ୍ୱାରା ଏହାର ସ୍ୱାସ୍ଥ୍ୟ ପ୍ରତି ଉପଦେୟତା ସମ୍ପର୍କରେ ବୁଝାଇଥିଲେ। ଏଥିସହିତ ଶିକ୍ଷାର୍ଥୀଙ୍କୁ ଦାନ୍ତ ସଫା ନିମନ୍ତେ ଆବଶ୍ୟକ ଉପକରଣ କିଟ ବିତାରଣ କରଯାଇଥିଲା । ଏହି ଶିବିରରେ 70ରୁ ଉର୍ଦ୍ବ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ କିରିପସିରା ପଞ୍ଚାୟତ ପୂର୍ବତନ ସରପଂଚଙ୍କ ସମେତ ବିଦ୍ୟାଳୟ ଶୀକ୍ଷକ ଓ କମ୍ପାନୀ ମାନବ ସମ୍ବଳ ପ୍ରମୁଖ ଶରଦ ହୂରକତ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ହୂରକତ କହିଛନ୍ତି ଯେ, ଦୈନନ୍ଦିନ ଜୀବନରେ ଦାନ୍ତ ସ୍ୱାସ୍ଥ୍ୟ ପ୍ରତି ଶିକ୍ଷାର୍ଥୀମାନେ ଯତ୍ନବାନ ହେବା ଉଚିତ।
ଯାହାଫଳରେ ନିଜେ ସୁସ୍ଥ ଜୀବନ ଅତିବାହିତ ସହିତ ଶିକ୍ଷାର୍ଥୀ ଜୀବନରେ ମଧ୍ୟ ଶୃଙ୍ଖଳିତ ହୋଇ ସଫଳତା ହାସଲ କରିପାରିବେ ବୋଲି ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ଏହି ଦାନ୍ତ ଶିବିର ସମ୍ପର୍କରେ ପ୍ରତିକ୍ରିୟା ଦେଇ ହିଣ୍ଡାଲ୍କୋ ସମ୍ବଲପୁର କ୍ଲଷ୍ଟର ମୁଖ୍ୟ ଏବଂ ଖଣି ବ୍ୟବସାୟ ମୁଖ୍ୟ କୈଳାଶ ପାଣ୍ଡେ ଏହାକୁ ଭୂୟୁସି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ହିଣ୍ଡାଲ୍କୋ କମ୍ପାନୀ ସ୍ଥାନୀୟ ଓ ଖଣି ପ୍ରଭାହିତ ଅଂଚଳରେ ଲୋକମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ସମୟରେ ପ୍ରତିରୋଧକ ଏବଂ ସଚେତନାତ୍ମକ କାର୍ଯ୍ୟକ୍ରମ କରିଆସିଛି । ଏହିକ୍ରମରେ ଦାନ୍ତ ସଚେତନତା ଶିବିର କମ୍ପାନୀର ଅନ୍ୟତମ ପଦକ୍ଷେପ।
ଏହାଦ୍ୱାରା ଯୁବ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଉତ୍ତମ ଅଭ୍ୟାସରେ ପରିଣତ ହେବ । ଫଳସ୍ୱରୂପ ଆଗାମୀ ଭବିଷ୍ୟତରେ ଶିକ୍ଷାର୍ଥୀମାନେ ଏହି ଅଭ୍ୟାସ ବଳବର୍ତ୍ତ ରହିବା ସହିତ ଏକ ସୁସ୍ଥ ଜୀବନ ଅତିବାହିତ କରିବେ। ଉକ୍ତ ଶିବିର ଶ୍ରୀମତୀ ନିହାରିକା ସାହୁଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ଅନ୍ୟ ସିଏସଆର ବିଭାଗ କର୍ମଚାରୀମାନେ ସହଯୋଗ କରିଥିଲେ।