Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି ଘଟଣାରେ ସ୍ୱତଃ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର ଆୟୋଗ
ଆଜିର ଖବର

କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି ଘଟଣାରେ ସ୍ୱତଃ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର ଆୟୋଗ

August 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁଣି ଚାଞ୍ଚଲ୍ୟ
କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି ଘଟଣାରେ ସ୍ୱତଃ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର ଆୟୋଗ

ନୂଆଦିଲ୍ଲୀ: ଗତ ଅଗଷ୍ଟ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନୈକା ୧୯ ବର୍ଷୀୟା ଯୁବତୀଙ୍କ ଆତ୍ମାହୁତି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି। ସମ୍ପୃକ୍ତ ଯୁବତୀ ଜଣଙ୍କୁ ତାଙ୍କର ପୂର୍ବତନ ପୁରୁଷ ବନ୍ଧୁ ବାରମ୍ବାର ଧମକଚମକ ଦେଉଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବାର ୬ ମାସ ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କର ପୁରୁଷ ବନ୍ଧୁ ତାଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ ଧମକ ଦେଉଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏନଏଚଆରସି ସ୍ୱତଃ ଘଟଣାରେ ହସ୍ତକ୍ଷେପ କରିଛନ୍ତି।

ଆୟୋଗ ହୃଦୟଙ୍ଗମ କରିଛନ୍ତି ଯେ, ଯଦି ପ୍ରକାଶିତ ଖବର ସତ୍ୟ ହୋଇଥାଏ, ତେବେ ଏହା ଗମ୍ଭୀର ମାନବାଧିକାର ଉଲ୍ଲଂଘନ ସହ ଜଡ଼ିତ ପ୍ରସଙ୍ଗ। ତେଣୁ ଏହି ମାମଲାରେ ତଦନ୍ତ ସ୍ଥିତି ସହିତ ବିସ୍ତୃତ ରିପୋର୍ଟ ଦୁଇ ସପ୍ତାହ ମଧ୍ୟରେ ଦାଖଲ କରିବା ଲାଗି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏନଏଚଆରସି ନୋଟିସ ଜାରି କରିଛନ୍ତି।

୭ ଅଗଷ୍ଟ, ୨୦୨୫ରେ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ପୀଡ଼ିତା ଯୁବତୀ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ତାଙ୍କର ପୂର୍ବତନ ପୁରୁଷ ବନ୍ଧୁ ବାରମ୍ବାର ତାଙ୍କୁ ଧମକାଉଥିବା ନେଇ ନେଇ ତାଙ୍କ ପିତା ଅଭିଯୋଗ କରିଛନ୍ତି। ପ୍ରାୟ ଛଅ ମାସ ପୂର୍ବରୁ ପୀଡ଼ିତାଙ୍କର ବାପା ଏ ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି ଏଫଆଇଆର ଦାଖଲ ହୋଇନଥିଲା କିମ୍ବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏହା ପରିବର୍ତ୍ତେ ଜଣେ ପୁଲିସ ଅଧିକାରୀ ପୀଡ଼ିତାଙ୍କ ବାପାଙ୍କୁ ଏହି ମାମଲା ଆଗକୁ ବଢ଼ାଇବାକୁ ନିରୁତ୍ସାହିତ କରିଥିଲେ ଏବଂ ବ୍ଲାକମେଲ୍‌ କରୁଥିବା ଅଭିଯୁକ୍ତଙ୍କ ଫୋନ୍‌ ନମ୍ବର ବ୍ଲକ୍‌ କରିବାକୁ ପରାମର୍ଶ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

କେନ୍ଦ୍ରାପଡା ଜାତୀୟ ମାନବାଧିକାର ଆୟୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.