ରାଜ୍ୟସଭାରେ ଟ୍ରିପଲ୍ ତଲାକ ବିଲ୍କୁ ସମର୍ଥନ କରିବା ନେଇ ବିଜେଡି ସୂଚନା ଦେଇଛି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ବିଜେଡି ଏହି ବିଲ୍କୁ ସମର୍ଥନ କରିବ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି । ଏହି ବିଲ୍ ପୂର୍ବରୁ ଲୋକସଭାରେ ପାଶ୍ ହୋଇ ସାରିଛି । ରାଜ୍ୟସଭାରେ ବିଜେପି ନିକଟରେ ଆବଶ୍ୟକ ସଂଖ୍ୟା ଉପଲବ୍ଧ ନଥିବାରୁ ଆଞ୍ଚଳିକ ଦଳ ମାନଙ୍କର ସମର୍ଥନ ଆବଶ୍ୟକ । ବିଜେଡି ସମର୍ଥନ ପ୍ରଦାନ ନେଇ ସୂଚନା ଦେଇଥିବା ବେଳେ ଓ୍ବାଇଏସ୍ଆର କଂଗ୍ରେସ ମଧ୍ୟ ବିଜେପିକୁ ସମର୍ଥନ ପ୍ରଦାନ କରିପାରେ । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସୂଚନା ଅଧିକାର ବିଲ ପାଶ୍ ହେବା ସମୟରେ ମଧ୍ୟ ବିଜେଡି ବିଜେପି ପ୍ରତି ନିଜର ସମର୍ଥନ ଜାହିର କରିଥିଲା ।